ବ୍ୟାନ୍‌ ହେଲା ହୁକା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବ୍ୟାନ୍‌ ହେଲା ହୁକା | ଜନସାଧାରଣଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ଏହି ପ୍ରତିବନ୍ଧକ ଲଗାଇଛନ୍ତି କର୍ଣ୍ଣାଟକ ସରକାର। ତୁରନ୍ତ ପ୍ରଭାବ ସହିତ ହୁକାର ବିକ୍ରୟ, କ୍ରୟ ଏବଂ ପ୍ରୋତ୍ସାହନ ଉପରେ ପ୍ରତିବନ୍ଧକ ଲଗାଯାଇଛି। ସୋସିଆଲ ମିଡିଆ ‘X’ରେ ପୋଷ୍ଟ କରି ନିଜେ ମନ୍ତ୍ରୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଯୁବକମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ହୁକା ଉପରେ ରାଜ୍ୟବ୍ୟାପୀ ନିଷେଧାଦେଶ ଜାରି ହୋଇଛି ।

ସମସ୍ତ ପ୍ରକାର ହୁକା ଉତ୍ପାଦର ବିକ୍ରୟ, ସଂରକ୍ଷଣ, ବିଜ୍ଞାପନ ଏବଂ ପ୍ରଚାର ଉପରେ ପ୍ରତିବନ୍ଧକ ଲଗାଯାଇଛି। ସ୍ୱାସ୍ଥ୍ୟମନ୍ତ୍ରୀ ନିଜେ ସୋସିଆଲ ମିଡିଆ ‘X’ରେ ପୋଷ୍ଟ କରି କ୍ୟାପସନରେ ଲେଖିଛନ୍ତି, ହୁକା ଧୂମପାନ ସ୍ୱାସ୍ଥ୍ୟ ପ୍ରତି ହାନୀକାରକ । ଏହି ବିପଦକୁ ଦୃଷ୍ଟିରେ ରଖି ଆମେ ସାରା ରାଜ୍ୟରେ ହୁକା, ଧୂମପାନ ଉପରେ ନିଷେଧାଦେଶ ଜାରି କରିଛୁ ।

ରାଜ୍ୟ ସରକାରଙ୍କ ଆଦେଶରେ ଏହା ମଧ୍ୟ କୁହାଯାଇଛି ଯେ, ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ସିଓଟିପିଏ(ସିଗାରେଟ୍ ଏବଂ ତମାଖୁ ଉତ୍ପାଦ ଅଧିନିୟମ ୨୦୦୩), ଶିଶୁ ଯତ୍ନ ଏବଂ ସୁରକ୍ଷା ଆଇନ ୨୦୧୫, ଖାଦ୍ୟ ନିରାପତ୍ତା ଏବଂ ଗୁଣବତ୍ତା ଅଧିନିୟମ ୨୦୦୬, କର୍ଣ୍ଣାଟକ ପଏଜନ୍‌(ସଂରକ୍ଷଣ ଏବଂ ବିକ୍ରୟ) ନିୟମ ୨୦୧୫ ଏବଂ ଭାରତୀୟ ଦଣ୍ଡ ସଂହିତା ଅଧୀନରେ ମାମଲା ରୁଜୁ କରାଯିବ।

ସେପଟେ ସେପ୍ଟେମ୍ବର ୨୦୨୩ରେ କର୍ଣ୍ଣାଟକ ସରକାର ହୁକା ଉପରେ ପ୍ରତିବନ୍ଧକ ଲଗାଇବା ସହ ତମାଖୁ ଉପରେ ମଧ୍ୟ କିଛି ନୟମ ଆଣିଥିଲେ । ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ୧୮ ବର୍ଷ ବୟସରୁ କମ୍‌ ଥିବା ନାବାଳକ-ନାବାଳିକା ତମାଖୁ ସେବନ କରିପାରିବେ ନାହିଁ ବୋଲି କୁହାଯାଇଥିଲା । ହେଲେ ଏହାକୁ ପୁଣି ସଂଶୋଧନ କରାଯାଇ ୨୧ ବର୍ଷକୁ ବୃଦ୍ଧି କରିଛନ୍ତି ସରକାର । ଯାହାଫଳରେ ୨୧ ବର୍ଷ ଯାଏଁ ଯୁବକ ଯୁବତୀମାନେ ତମାଖୁ ସେବନ କରିପାରିବେ ନାହିଁ ।

Leave A Reply

Your email address will not be published.