୧୮ ବର୍ଷର ଦାବୀ ନେଇ ରାସ୍ତାରୋକ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ୧୮ ବର୍ଷର ଦାବୀ ନେଇ ରାସ୍ତାରୋକ | ବାରିପଦା ମୋରୋଡା ରାସ୍ତାର ପି.ଆର.ଏମ. ମେଡିକାଲ କଲେଜ ଛକ ନିକଟରେ ରାସ୍ତା ରୋକ କଲେ ଗ୍ରାମବାସୀ। ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରାଯାଉ, ଶିକ୍ଷାଗତ ଅନୁଯାୟୀ ସ୍ଥାୟୀ ନିଯୁକ୍ତି ପ୍ରଦାନ କରାଯାଉ, PRMCH ରେ ଗ୍ରୁପ ଡି ସ୍ଥାୟୀ ନିଯୁକ୍ତି ପ୍ରଦାନ କରାଯାଉ ଆଦି ଦାବି ନେଇ ଶଙ୍ଖାଭଙ୍ଗା ପଞ୍ଚାୟତ ର ପ୍ରାୟ ୫ ଟି ଗ୍ରାମର ଗ୍ରାମବାସୀ ମାନେ କରିଛନ୍ତି ଏହି ରାସ୍ତାରୋକ।

୨୦୦୬ ମସିହାରୁ ଶଙ୍ଖାଭଙ୍ଗା, ରଙ୍ଗାମାଟିଆ, ସାରୁଝରଣ, ଜମ୍ଭୀରାଡିହା, ଓ ସଢେଇକଳା ଆଦି ୫ଟି ଗାଁର ଲୋକେ ଜଙ୍ଗଲ ଜମି ପଟ୍ଟା ଲାଗି ଆବେଦନ କରିଥିଲେ। ହେଲେ ଏଯାଏଁ ପଟ୍ଟା ମିଳିନାହିଁ। ଅଞ୍ଚଳର ଲୋକେ ଏହି ଜଙ୍ଗଲ ଜମିରେ ଚାଷ କରି ପରିବାର ପୋଷି ଆସୁଛନ୍ତି। ଇତିମଧ୍ଯରେ ସରକାର ପି.ଆର.ଏମ. ମେଡିକାଲ ଲାଗି ୪୦ ଏକର, ୫ମ ବାଟାଲିୟନ ଲାଗି ୧୮୦ ଏକର, ଏଫ.ସି.ଆଇ. ଗୋଦାମ ଲାଗି ୪ ଏକାର ଯାଗା ନେଇ ସାରିଲେଣି। ଯାହା ଲାଗି ସ୍ଥାନୀୟ ଲୋକେ ଚାଷ କରି ନପାରି ଚଳିବା ଲାଗି ହନ୍ତସନ୍ତ ହେଉଛନ୍ତି। ତା ସହିତ ଜମି ହରାଇଥିବା ଅଞ୍ଚଳ ବାସୀ ଙ୍କୁ ପି.ଆର.ଏମ ମେଡିକାଲରେ ଯୋଗ୍ୟତା ଅନୁସାରେ ଗୃପ ଡି ସ୍ତରର ଚାକିରୀ ର ପ୍ରତିଶୃତି ଦିଆ ଯାଇଥିଲେ ମଧ୍ୟ ଏଯାଏଁ ସେମାନଙ୍କୁ ଚାକିରୀ ଦିଆ ଯାଇନାହିଁ।

କେବଳ ସେତିକି ନୁହେଁ, ୫ମ ବାଟାଲିୟନ ଓ ପି.ଆର.ଏମ. ମେଡିକାଲ କଲେଜ ର ବ୍ୟବହୃତ ଦୂଷିତ ବାର୍ଜ୍ୟ ଜଳ ପାଖ ଚାଷ ଜମି କୁ ନିସ୍କାଷିତ କରାଯାଉ ଥିବାରୁ ଚାଷଜମି ରେ ଫସଲ ମଧ୍ୟ ନଷ୍ଟ ହେବାର ଅଭିଯୋଗ କରିଛନ୍ତି ଗ୍ରାମବସୀ। ଜିଲ୍ଲା ପ୍ରଶାସନ ତୁରନ୍ତ ସେମାନଙ୍କ ଦାବୀ ପୂରଣ ନକଲେ ଆଗକୁ ଅନ୍ଦୋଳନ ଆହୁରି ଭୟଙ୍କର ହେବ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି ଅଞ୍ଚଳ ବାସୀ। ପି.ଆର.ଏମ ମେଡିକାଲ କଲେଜ ପକ୍ଷରୁ ଗ୍ରାମବସୀ ମାନଙ୍କୁ ବୁଝାସୁଝା କରିବାର ଚେଷ୍ଟା ଚାଲିଛି। କେଲଜ ର ଆଡମିନିଷ୍ଟ୍ରେଟିଭ୍ ଅଫିସର ଲୋକ ଙ୍କ ସହିତ ଆଲୋଚନା କରିବା ସହିତ ଜିଲ୍ଲା ପ୍ରଶାସନ କୁ ସେମାନଙ୍କ ଦାବୀ ବିଷୟରେ ଅବଗତ କରାଯିବ ବୋଲି କହିଛନ୍ତି ପି.ଆର.ଏମ. ର ଆଡମିନିଷ୍ଟ୍ରେଟିଭ୍ ଅଫିସର

Leave A Reply

Your email address will not be published.