ମନ୍ଦିର ମାଳିନୀ ଗାଁରେ ରୁଦ୍ର ଶାନ୍ତି ମହାଜଜ୍ଞ ଆୟୋଜିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମନ୍ଦିର ମାଳିନୀ ଗାଁରେ ରୁଦ୍ର ଶାନ୍ତି ମହାଜଜ୍ଞ ଆୟୋଜିତ | ପାଟକୁରା ନିର୍ବାଚନ ମଣ୍ଡଳୀ ମାର୍ଶାଘାଇ ବ୍ଳକ୍ ଆୟତପୁର ଗ୍ରାମକୁ ମନ୍ଦିର ମାଳିନୀ ଗାଁ କୁହାଯାଏ ଏହି ଗ୍ରାମରେ ଆଠ ଗୋଟି ମନ୍ଦିର ରହିଛି |

ପବିତ୍ର ଜାଗର ଅମାବାସ୍ୟା ଠାରୁ ଦିବ୍ୟ ରୁଦ୍ର ଶାନ୍ତି ମହାଜଜ୍ଞ ପୂର୍ଣ୍ଣାହୁତିରେ ସମ୍ପର୍ଣ ହୋଇଛି | ଆୟତପୁର ଗ୍ରାମର ବିନୋଦ ବିହାରୀ ରାଧାକୃଷ୍ଣ ମନ୍ଦିର, ମା ମଙ୍ଗଳାଙ୍କ ମନ୍ଦିର ଓ ଧବଳେଶ୍ୱର ମନ୍ଦିରଙ୍କ ପ୍ରାଙ୍ଗଣରେ ଏହି ମହାଯଜ୍ଞ ବିଶ୍ୱ କଲ୍ୟାଣ ନିମନ୍ତେ ଆୟୋଜିତ ହୋଇଥିଲା | ବରିଷ୍ଟ ଯାଜ୍ଞଇଁକ ପଣ୍ଡିତଙ୍କ ଦ୍ୱାରା ୩ ଦିନ ବ୍ୟାପି ମହାଯଜ୍ଞ ଜାରି ରହିଥିଲା | ଦୀର୍ଘ ବର୍ଷ ହେବ ଏହି ପୀଠରେ ଜାଗର ପରିପେକ୍ଷୀରେ ମହାଜଜ୍ଞ ଆୟୋଜିତ ହୁଏ |

ଅଞ୍ଚଳ ବାସି ନିଜ ମନକାମନା ପୁର୍ଣ ନିମତେ ପୂର୍ଣ୍ଣାହୁତି ରେ ଘୃତ ଆହୁତି ଦିଅନ୍ତି | ଯଜ୍ଞ ର ପୂର୍ଣ୍ଣାହୁତି ଦିବସ ରେ ବ୍ରlହ୍ମଣ ପଣ୍ଡିତଙ୍କ ମନ୍ତ୍ରଧ୍ଵନି ସହ କୀର୍ତନ ମଣ୍ଡଳୀଙ୍କ ନାମ ସଂକୀର୍ତନ ଭକ୍ତିମୟ ପରିବେଶରେ ଭାବ ରସ ଭରି ଦେଇଥିଲା | ଅଞ୍ଚଳବାସି ଧୁମ ଧାମରେ ଏହି ଯଜ୍ଞ ଆୟୋଜନ କରିଥିଲେ | ଶତାଧିକ ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ଯଜ୍ଞ ପୂର୍ଣ୍ଣାହୁତି ସମ୍ପର୍ଣ ହୋଇଥିଲା |

Leave A Reply

Your email address will not be published.