କରଞ୍ଜିଆରେ ଭାରତ ଭ୍ରମଣ ପଦଯାତ୍ରା ବାହାରି ଥିବା ଶିବକରନ୍ ସିଂଙ୍କ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଭାରତ ଭ୍ରମଣ ପଦଯାତ୍ରା ବାହାରି ଥିବା ଶିବକରନ୍ ସିଂଙ୍କ | 25 ମାର୍ଚ୍ଚ 2022 ରିଖ ଦୀର୍ଘ ଦୁଇବର୍ଷରୁ ଉତ୍ତର ପ୍ରଦେଶର ଖରଲି ଗ୍ରାମରୁ ଶିବକରନ୍ ସିଂ ସ୍ୱାଧୀନତା ସଂଗ୍ରାମୀ | ସୈନିକ ଓ ସାମ୍ବାଦିକ ମାନଙ୍କର ହିତଚିନ୍ତନ ଓ ସ୍ୱାଧୀନ ନିମିତ୍ତ ସମର୍ପିତ|  ଯୁବ ପିଢ଼ିଙ୍କୁ ସତମାର୍ଗରେ ପରିଚାଳିତ ହୋଇ ରାଷ୍ଟ୍ରହିତରେ ନିୟୋଜିତ କରାଇବା |

ମାତୃଭୂମି ପାଇଁ ଜାତୀୟ ପ୍ରଚାରକ ଦେଶପ୍ରେମୀ ଉଦେଶ୍ୟରେ ଭାରତ ଭ୍ରମଣ ରେ ବାହାରି 12ହଜାର 160 କିଲୋମିଟର ପାଦରେ ଚାଲି ଚାଲି ଆଜି ଯଶିପୁର ରୁ କରଞ୍ଜିଆ ପହଂଚିଥିଲେ |ସର୍ବ ପ୍ରଥମେ କରଞ୍ଜିଆ ସ୍ଥିତ ବାମନା ଶାଳ ନିକଟରେ ପହଂଚିବା ପରେ ସେଠାରେ ବିଶ୍ୱହିନ୍ଦୁ ପରିଷଦ ର ପଶ୍ଚିମ ମୟୁରଭଞ୍ଜ ସାଙ୍ଗଠନିକ ଜିଲ୍ଲା ଉପସଭାପତି ସ୍ମୃତି ରଞ୍ଜନ ମହାନ୍ତ ସ୍ୱାଗତ କରି ଗୋଲେଇ ଛକ ପହଂଚି ଥିଲେ |

ସେଠାରେ ମୟୁରଭଞ୍ଜ ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓ ପ୍ରତି ମୂର୍ତ୍ତିରେ ମୁଣ୍ଡିଆ ମାରିଵା ପରେ ପଶ୍ଚିମ ମୟୁରଭଞ୍ଜ ସାଙ୍ଗଠନିକ ରାଇରଙ୍ଗପୁର ବିଜେପି ଜିଲ୍ଲା ସମ୍ପାଦିକା ସୁନାମଣୀ ହୋ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ | ତାସହିତ କରଞ୍ଜିଆ ର ବିଭିନ୍ନ ଅନୁଷ୍ଠାନ ତରଫରୁ ତାଙ୍କୁ ଭଵ୍ୟ ସ୍ୱାଗତ କରାଯାଇଥିଲା | ପରେ ଏହି ପଦଯାତ୍ରା ର ଉଧେଶ୍ୟ ଉପରେ ବାର୍ତ୍ତା ରଖିଥିଲେ,ଆସନ୍ତାକାଲି କରଞ୍ଜିଆ ରୁ ଘଟଗାଁ ହୋଇ ପୁରୀ ଯିବାର କାର୍ଯ୍ୟକ୍ରମ ରହିଛି ତାସହିତ କନ୍ୟାକୁମାରୀ ଠାରେ ଏହି ପଦଯାତ୍ରା ସମାପ୍ତ ହେବ ବୋଲି ସୂଚନା ଦେଇଥିଲେ |

Leave A Reply

Your email address will not be published.