ଶିମିଳିପାଳରେ ୧୮କୋଟିର ଅଫିମ ଚାଷକୁ ନଷ୍ଟ କଲା ପୋଲିସ ଏବଂ ଅବକାରୀ ବିଭାଗ 

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଶିମିଳିପାଳରେ ୧୮କୋଟିର ଅଫିମ ଚାଷକୁ ନଷ୍ଟ କଲା ପୋଲିସ ଏବଂ ଅବକାରୀ ବିଭାଗ | ଶିମିଳିପାଳ ଅଭୟାରଣ୍ୟ ଏବେ ଅଫିମ ମାଫିଆଙ୍କ କବଜା ରେ। ଶିମିଳିପାଳ ଅଭୟାରଣ୍ୟର ଏକର ଏକର ସ୍ଥାନରେ ଅଫିମ ଚାଷ ହେଉଛି। ଆଜି ଯଶିପୁର ପୋଲିସ ଏବଂ ଅବକାରୀ ବିଭାଗ ବଡ଼ ଧରଣର ରେଡ଼ କରିଥିଲା। ଯଶୀପୁର ପୋଲିସ ଏବଂ ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା ।

ଶିମିଳିପାଳ ଅଭୟାରଣ୍ୟ ଭିତରେ ଚାଲିଥିବା ଅଫିମ ଚାଷକୁ ନଷ୍ଟ କଲା ପୋଲିସ୍ ଏବଂ ଅବକାରୀ ବିଭାଗ କରଞ୍ଜିଆ ଉପଖଣ୍ଡ ପୋଲିସ ଅଧିକାରୀ ସୁବ୍ରତ କୁମାର ଙ୍କ ନେତୃତ୍ବରେ ଯଶୀପୁର ପୋଲିସ୍, ଅବକାରୀ ବିଭାଗ ଓ ବନବିଭାଗର ମିଳିତ ଚଢାଉ କରିଥିଲେ। ବକୁଆ ଏବଂ କୁକୁରଭୁକା ଗାଆଁରେ ଚାଷ ହୋଇଥୁବା ୫ଲକ୍ଷ ୨୫ ହଜାର ଅଫିମ ଗଛ ନଷ୍ଟ କଲା ପୋଲିସ୍ । ନଷ୍ଟ କରାଯାଇଥିବା ଅଫିମ ଗଛର ଆନୁମାନିକ ମୂଲ୍ୟ ୧୦ କୋଟି ୬୬ ଲକ୍ଷ ହେବ ବୋଲି ପ୍ରେସ ରିଲିଜ କରିଛି ପୋଲିସ । ଏନେଇ ଯଶିପୁର ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖୁଛନ୍ତି । ତେବେ ଏନେଇ କାହାରିକୁ ଗିରଫ କରାଯାଇଛି ନାହଁ ।

ସେହି ପରି ଶିମିଳିପାଳ ଅଭୟାରଣ୍ୟ ରେ ଥିବା ଯଯଗଡ଼ ରେ ୧୧ ଏକର ଚାଷ ଜମିରେ ଅଫିମ ଚାଷ ହେଉଥିଲା । ବିଶେଷ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ଖବର ପାଇ ଚଢ଼ାଉ କରିଥିଲା । ଏଥିରେ ୩ ଲକ୍ଷ୍ୟ ୮୫ ହାଜର ଅଫିମ ଗଛ ଜବତ ହେଇଛି । ଏହି ଘଟଣା କୁ କେନ୍ଦ୍ର କରି ଯଶିପୁର ଅବକାରୀ ଥାନା ରେ ଏକ ମାମଲା ରୁଜୁ ହେଇଛି। ଏହି ଅଫିମ ଗଛ ଗୁଡ଼ି କର ଆନୁମାନିକ ମୂଲ୍ୟ ୭ କୋଟି ୭୦ ଲକ୍ଷ ଟଙ୍କା ହେବ ବଲି ଜଣା ପଡ଼ିଥିବା ବେଳେ ଦୁଇଟି ଜାଗାରେ ଅଫିମ ଚାଷ ର ମୂଲ୍ୟ ୧୮କୋଟି ହେବ ବଲି ସୂଚନା ମିଳିଛି |

Leave A Reply

Your email address will not be published.