ଆଦିବାସୀ ଯାତ୍ରା ନୃତ୍ୟ ପାତା ପ୍ରତିଯୋଗିତା ଅନୁଷ୍ଠିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଆଦିବାସୀ ଯାତ୍ରା ନୃତ୍ୟ ପାତା ପ୍ରତିଯୋଗିତା ଅନୁଷ୍ଠିତ | ବାମନଘାଟୀ ଉପଖଣ୍ଡ ଅଧିନସ୍ତ ବନତଳି ରାଖାସାହି ଯାତ୍ରା କମିଟୀ ଆନୁକୂଲ୍ୟରେ ପ୍ରତିବର୍ଷ ପରି ଏବର୍ଷ ୯୮ ତମ ବର୍ଷରେ ମଧ୍ୟ ମହାଆଡମ୍ବର ରେ ଆଦିବାସୀ ଯାତ୍ରା ନାଚ ପାତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି |

ଏହି ନୃତ୍ୟ ପାରମ୍ପରିକ , ତେଣୁ ଆଦିବାସୀ ସମାଜରେ ବେଶ ଆଦୃତ ହୋଇପାରିଛି | ଏଥିରେ ଜଗନ୍ନାଥ, ବଡଯୋଡି, ଘୁଟିଡୁବା, ବିଶୋଇ, ଆହାରବନ୍ଦ ଯୋଡା ପୋଖରୀ ଓ କୁକୁଡାଉଡା ବାଙ୍ଗିରିପୋଷି ରୁ ନୃତ୍ୟଦଳ ଆସି ଅଂଶଗ୍ରହଣ କରିଥିଲେ | ସେମାନଙ୍କୁ ଆକର୍ଷଣୀୟ ପୁରସ୍କାର ଭାବେ ଯଥାକ୍ରମେ ୧ମ ୧୦ ହଜାର, ୨ୟ ୮ ହଜାର , ୩ୟ ୬ ହଜାର, ୪ର୍ଥ ୫ ହଜାର, ୫ମ ୪ ହଜାର ଓ ୬ମ ୩ ହଜାର ଅର୍ଥରାଶି ପ୍ରଦାନ କରାଯାଇଥିଲା |

ଏଥିରେ କମିଟୀର ଅନନ୍ତ ଚରଣ ଟୁଡୁ, ହିକିମ ମାର୍ଣ୍ଡି, ସାଲଖାନ ମୁର୍ମୁ, ଆନିପା ସୋରେନ, ମଳୟ ମାର୍ଣ୍ଡି, ବନୁ ମୁର୍ମୁ, ଜିତରାୟ ମୁର୍ମୁ, ଦୁର୍ଗା ସୋରେନ ତଥା ଅନ୍ୟମାନେ ଉପସ୍ଥିତ ଥିଲେ | ଏହି ନୃତ୍ୟ ଦେଖିବା ପାଇଁ ସ୍ଥାନୀୟ ତଥା ଦୂରଦୁରାନ୍ତରରୁ ଲୋକମାନଙ୍କର ଗହଳିଚହଳି ଦେଖାଯାଇଥିଲା |

Leave A Reply

Your email address will not be published.