ଆଜିଠୁ ଆରମ୍ଭ ହେଉଛି +୨ ଖାତା ମୂଲ୍ୟାୟନ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଆଜିଠୁ ଆରମ୍ଭ ହେଉଛି +୨ ଖାତା ମୂଲ୍ୟାୟନ। ଦୁଇଟି ପର୍ଯ୍ୟାୟରେ ହେବ ମୂଲ୍ୟାୟନ। ଆଜିଠାରୁ ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇ ଏପ୍ରିଲ ୨ ତାରିଖ ଯାଏଁ ଚାଲିବ। ଖାତା ମୂଲ୍ୟାୟନ ପାଇଁ ୬୯ଟି ଅଫ୍ ଲାଇନ୍ ଓ ୪୧ ଅନଲାଇନ୍ ସେଣ୍ଟର କରାଯାଇଛି। ମୋଟ ୨୮ ଶହ ଅଧ୍ୟାପକ ଓ ଅଧ୍ୟାପିକା ଏଥିପାଇଁ ନିଯୁକ୍ତ ହୋଇଛନ୍ତି।

ସେହିପରି ଦ୍ୱିତୀୟ ପର୍ଯ୍ୟାୟ ମୂଲ୍ୟାୟନ ଏପ୍ରିଲ ୪ରୁ ୧୫ ତାରିଖ ଯାଏ କରାଯିବ। ଗୋଟିଏ ଦିନରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ରେଜଲ୍ଟ ପ୍ରକାଶ କରିବାକୁ ଲକ୍ଷ୍ୟ ରଖିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ଚଳିତ ବର୍ଷ ପ୍ରାୟ ସାଢେ ୩ ଲକ୍ଷ ପରୀକ୍ଷାର୍ଥୀ ଯୁକ୍ତ ଦୁଇ ପରୀକ୍ଷା ଦେଇଛନ୍ତି। ସୂଚନା ଅନୁସାରେ, ଚଳିତବର୍ଷ ୩ ଲକ୍ଷ ୮୬ ହଜାର ୨୫୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି। ସେଥିରୁ ରେଗୁଲାର ୩ ଲକ୍ଷ ୬୦ ହଜାର ୧୯୮ ରହିଥିବା ବେଳେ ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ୨୬ ହଜାର ୫୨ ଜଣ ରହିଛନ୍ତି ।

ମୋଟ ୧ ଲକ୍ଷ ୯୯ ହଜାର ୩୬୧ ଜଣ ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ଛାତ୍ରଙ୍କ ସଂଖ୍ୟା ରହିଛି ୧ ଲକ୍ଷ ୮୬ ହଜାର ୮୮୯ । ସେହିଭଳି ଭାବରେ କଳା ବିଭାଗରେ ୨ ଲକ୍ଷ ୩୭ ହଜାର ୭୫୦, ବିଜ୍ଞାନ ବିଭାଗରେ ୧ ଲକ୍ଷ ୧୬ ହଜାର ୬୨୦, ବାଣିଜ୍ୟ ବିଭାଗରେ ୨୬ ହଜାର ୮୯ ଜଣ ପରୀକ୍ଷା ଦେଇଥିବା ବେଳେ ଧନ୍ଦାମୂଳକ ବିଭାଗରେ ୫ ହଜାର ୭୯୧ ଜଣ ଏଥର ପରୀକ୍ଷା ଦେଇଛନ୍ତି। ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷାରେ କପି କରି ଧରା ପଡିଛନ୍ତି ୬୪୯ ଜଣ ଛାତ୍ରଛାତ୍ରୀ।

 

Leave A Reply

Your email address will not be published.