ଚୋରୀ ସୁନା ଓ ପିତଳ ସାମଗ୍ରୀ କିଣିବା ଅଭିଯୋଗରେ ୨ବ୍ଯବସାୟୀ ଅଟକ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଚୋରୀ ସୁନା ଓ ପିତଳ ସାମଗ୍ରୀ କିଣିବା ଅଭିଯୋଗରେ ୨ବ୍ଯବସାୟୀ ଅଟକ | ଚୋରୀ ସାମଗ୍ରୀ କିଣିବା ପଡିଛି ମହଙ୍ଗା ା ଚୋରୀ ସୁନା ଓ ପିତଳ ସାମଗ୍ରୀ ଚୋର ଠାରୁ କିଣିଥିବା ୨ବ୍ଯବସାୟି ଙ୍କୁ ଉଠାଇ ନେଇଛି ପୋଲିସ୍ ା

ଘଷିପୁରା ବସଷ୍ଟାଣ୍ଡ ନିକଟ ପ୍ରତିଷ୍ଠିତ ସୁନା ବ୍ଯବସାୟୀ ଦାମଦର ସାହୁ ଓ ଘଷିପୁରା ଚେକ୍ ଗେଟ୍ ନିକଟ ଦୋକାନୀ ମଦନ ମୋହନ ସାହୁଙ୍କୁ ଉଠାଇ ନେଇ ଆନନ୍ଦପୁର ଏସଡିପିଓ ଙ୍କ କାର୍ଯ୍ୟଳୟ ଠାରେ ଚାଲିଛି ଜେରା | ରାମଚନ୍ଦ୍ରପୁର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରୁ ଚୋରୀ ଘଟଣାରେ ଗତକାଲି ରାତିରେ ଜଣେ ଯୁବକ ଙ୍କୁ ଗିରଫ କରିଥିଲା ପୋଲିସ୍ ା

ଆଜି ଉକ୍ତ ଯୁବକର ସୁଚନା ଆଧାରରେ ସୁନା ଓ ପିତଳ ସାମଗ୍ରୀ ଖରିଦ କରିଥିବା ଦୋକାନିଙ୍କୁ ଚିହ୍ନଟ ପରେ ଉଠାଇଥିଲା ପୋଲିସ୍ ା ବ୍ଯବସାୟୀ ଦାମୋଦର ସାହୁ ସଂପୃକ୍ତ ଯୁବକ ଠାରୁ ଚୋରୀ ସୁନା କିଣିଥିବା ଓ ବ୍ଯବସାୟୀ ମଦନ ସାହୁ ବହୁ ପରିମାଣ ର ଚୋରୀ ପିତଳ ସାମଗ୍ରୀ କିଣିଥିବା ସୂଚନା ମିଳିଛି ା

Leave A Reply

Your email address will not be published.