ପ୍ରଭୁ ଜଗନ୍ନାଥଙ୍କ ବିଗ୍ରହ ସ୍ଥାପନା ସହିତ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ପ୍ରଭୁ ଜଗନ୍ନାଥଙ୍କ ବିଗ୍ରହ ସ୍ଥାପନା ସହିତ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ। ଜଗତର ନାଥ ଜଗନ୍ନାଥ ଙ୍କ ଅପାର କରୁଣାରୁ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ ପଢୁଁଆ ପଞ୍ଚାୟତ ମୋହନପୁର ଆଡିଆ ରେ ଜଗନ୍ନାଥ ମହାପ୍ରଭୁଙ୍କ ଏକ ଭବ୍ୟ ମନ୍ଦିର ପ୍ରତିଷ୍ଠା ହୋଇଯାଇଛି।

ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ତିନି ଦିନ ଧରି ଚାଲିଥିଲା। ବିଶାଳ କଳସ ଶୋଭାଯାତ୍ରା ସହିତ ବହୁ ଭକ୍ତଙ୍କ ଗହଣରେ ପ୍ରଭୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ପୂଜାର୍ଚ୍ଚନା କରାଯିବା ସହିତ ସୂର୍ଯ୍ୟ ପୂଜା, ଗୋ ପୂଜା, ଧରିତ୍ରୀ ପୂଜା, ମଣ୍ଡଳ ପୂଜା, ଶୀଖରୀ ସ୍ନାନ ,ଯଜ୍ଞ, ପୁଷ୍ପାଞ୍ଜଳି ଆଦି କାର୍ଯ୍ୟକ୍ରମ ସମସ୍ତ ବିଧି ବିଧାନ ସହିତ ପୁରୀରୁ ଆସିଥିବା ବ୍ରାହ୍ମଣ ଏବଂ ଗଜପତି ରାଜାଙ୍କ କୂଳ ପୁରୋହିତ ମାନଙ୍କ ଦ୍ଵାରା ଜଗନ୍ନାଥ ମହାପ୍ରଭୁଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ସମାପନ ହୋଇଯାଇଛି।

୧୯୭୬ ମସିହା ର ସ୍ବପ୍ନ ଆଜି ବହୁ ଘାତ ପ୍ରତିଘାତ ରେ ସାକାର ହୋଇଛି ବୋଲି ପ୍ରତିଷ୍ଠାତା ବିଜୟ କୁମାର ମଲ୍ଲିକ୍ କହିଛନ୍ତି। ଯେଉଁ ଭକ୍ତମାନେ ପଇସା ଅଭାବରୁ ପୁରୀଧାମକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ରୁ ବଞ୍ଚିତ ହେଉଛନ୍ତି ସେମାନେ ଏହି ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇ ପାରିବେ। ଏହି ଉତ୍ସବ ରେ ଆଖପାଖ ଅଞ୍ଚଳ ରୁ ହଜାର ହଜାର ଶ୍ରଦ୍ଧାଳୁମାନେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ରାଜରାଜେଶ୍ଵର ବେଶରେ ଦର୍ଶନ କରି ଅପୁର୍ବ ଆନନ୍ଦ ଅନୁଭବ କରିଛନ୍ତି।

Leave A Reply

Your email address will not be published.