ସହଦେବଖୁଣ୍ଟା ରୟାଲ କୁଇନ ମଣ୍ଡପ ରେ ମିଶ୍ରଣ ପର୍ବ ଅନୁଷ୍ଠିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାଲେଶ୍ବର ବିଜେପି ପକ୍ଷରୁ ସହରର ସହଦେବଖୁଣ୍ଟା ରୟାଲ କୁଇନ ମଣ୍ଡପ ରେ ମିଶ୍ରଣ ପର୍ବ ଅନୁଷ୍ଠିତ।ଜଳେଶ୍ବର ବିଜେଡିର ବରିଷ ନେତା ତଥା ପୂର୍ବତନ ଭାଇସ ଚେୟାରମ୍ୟାନ ବ୍ରଜମୋହନ ପ୍ରଧାନ, ପୂର୍ବତନ ସରପଞ୍ଚ ସତ୍ୟ ଶୋଭନ ମିଶ୍ର ଙ୍କ ସମେତ ଶତାଧିକ ବିଜେଡି ନେତା ଦଳ ଛାଡି ସାଂସଦ ପ୍ରତାପ ଷଡଙ୍ଗୀ ଓ ବିଜେପି ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ରଙ୍କ ଉପସ୍ଥିତି ରେ ବିଜେପି ରେ ସାମିଲ ହେଲେ।

ଗୋଟିଏ ପଟେ ଜଳେଶ୍ବର ନିର୍ବାଚନ ମଣ୍ଡଳୀ ମନ୍ତ୍ରୀ ଅଶ୍ୱିନୀ ପାତ୍ର ଙ୍କ ନିଜସ୍ୱ ଗଡ ହୋଇଥିବା ବେଳେ ଆଗାମୀ ଦିନରେ ଜଳେଶ୍ବର ନିର୍ବାଚନ ମଣ୍ଡଳୀ ରେ ଦଳ ଭଲ ପ୍ରଦର୍ଶନ କରିବ କହିଲେ ପ୍ରତାପ ଷଡଙ୍ଗୀ।ଏନେଇ ରାଜ୍ୟରେ ବିଜେପି ବିଜେଡି ମେଣ୍ଟ ପ୍ରସଙ୍ଗରେ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି ଯେ ଆମେ ମେଣ୍ଟ ନହେବା

ସପକ୍ଷରେ କେନ୍ଦ୍ର ନେତୃତ୍ବ କୁ ମତାମତ ଦେଇଛୁ, ଏନେଇ କେନ୍ଦ୍ର ର ନେତୃତ୍ବ ଯାହା ନିଷ୍ପତ୍ତି ନେବେ। ବାଇଟ, ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ସାଂସଦ। ବାଇଟ,ବ୍ରଜମୋହନ ପ୍ରଧାନ, ଜଳେଶ୍ବର ପୂର୍ବତନ ବ୍ଲକ ଉପାଧ୍ୟକ୍ଷ।

Leave A Reply

Your email address will not be published.