ଆଣ୍ଟିପୋଚିଙ୍ଗ୍ ବାରାକ ସଭାଗୃହ ଠାରେ ବନାଞ୍ଚଳ ସ୍ତରୀୟ ବନାଗ୍ନି ସଚେତନତା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଦେଓଗାଁ ବନ୍ୟପ୍ରାଣୀ ବନାଞ୍ଚଳ ଗଦୁଆଁ ସ୍ଥିତ ଆଣ୍ଟିପୋଚିଙ୍ଗ୍ ବାରାକ ସଭାଗୃହ ଠାରେ ବନାଞ୍ଚଳ ସ୍ତରୀୟ ବନାଗ୍ନି ସଚେତନତା | କେନ୍ଦୁଝର ବନ୍ୟପ୍ରାଣୀ ବନଖଣ୍ଡ ଆନନ୍ଦପୁର ଦେଓଗାଁ ବନ୍ୟପ୍ରାଣୀ ବନାଞ୍ଚଳ ଗଦୁଆଁ ସ୍ଥିତ ଆଣ୍ଟିପୋଚିଙ୍ଗ୍ ବାରାକ ସଭାଗୃହ ଠାରେ ବନାଞ୍ଚଳ ସ୍ତରୀୟ ବନାଗ୍ନି ସଚେତନତା ବୈଠକ ଅନୁଷ୍ଠିତ।

ଏଥିରେ ମୁଖ୍ୟ ଅତିଥି ଭାବେ ଏସିଏଫ ତଥା ଭାରପ୍ରାପ୍ତ ଅଧିକାରୀ ଦେଓଗାଁ ବନାଞ୍ଚଳ ଉମାକାନ୍ତ ଦାଶ , ସମ୍ମାନୀତ ଅତିଥି ଭାବେ ହରିଚନ୍ଦନପୁର ବନପାଳ ଶ୍ୟାମସୁନ୍ଦର ସାହୁ, ଭଗାମୁଣ୍ଡା ବନପାଳ ମଙ୍ଗୁଳି ଚରଣ ସା,୩୩ ନଂ ଜିଲ୍ଳା ପରିଷଦ ମାଇନ ସୋରେନ ,ଶଗଡ଼ପଟା ପୂର୍ବତନ ସରପଞ୍ଚ କକୈଇ ନାୟକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ଏଥିରେ ସ୍ୱୟଂ ସହାୟକ ଗୋଷ୍ଠିର ମହିଳା ମାନେ ଯୋଗଦେଇଥିଲେ ।ଜଙ୍ଗଲରେକିପରି ନିଆଁ ନଲଗାଇବା ଏବଂ ଜୀବଜନ୍ତୁ ସୁରକ୍ଷାରେ ରହିବେ ସେଥିପ୍ରତି ସଚେତନ ରହିବାକୁ ମୁଖ୍ୟ ଅତିଥି ଉମାକାନ୍ତ ଦାଶ ପ୍ରକାଶ କରିଥିଲେ।ଆମ ଜଙ୍ଗଳ ଯୋଜନା ଉନ୍ନୟନ ଅଧିକାରୀ ଦୋଳଗୋବିନ୍ଦ ମହାନ୍ତ, ତ୍ରୀଲୋଚନ ପ୍ରଧାନ, ଗଣେଶ୍ବର ମହାନ୍ତ ଓ ବନ କର୍ମଚାରୀ ପରିଚାଳନା କରିଥିଲେ।

Leave A Reply

Your email address will not be published.