ମହାକାଳପଡ଼ା ବ୍ଲକ ପ୍ରଶାସନ ଦ୍ୱରା ଆୟୋଜିତ ଆବଣ୍ଟନ ମେଳାରେ ଦଳୀୟ କର୍ମୀ ମିଶ୍ରଣ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରବିବାର ମହାକାଳପଡ଼ା ନିର୍ବାଚନ ମଣ୍ଡଳୀସ୍ଥ  ମହାକାଳପଡ଼ା ଓ ମାର୍ଶାଘାଈ  ଉଭୟ ବ୍ଲକ ରେ ନୂତନ ହିତାଧିକାରୀଙ୍କୁ  ଭତ୍ତା ଓ ନବୀନ କାର୍ଡ ଏବଂ ଖେଳ ଉପକରଣ ଆବଣ୍ଟନ ମେଳା ଅନୁଷ୍ଠିତ ହୋଇଯାଇଛି |  ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ, ସମବାୟ ଓ ଉଚ୍ଚ ଶିକ୍ଷା  ମନ୍ତ୍ରୀ  ପୂର୍ବାହ୍ନ ରେ ମହାକାଳପଡ଼ା  ଓ ଅପରାହ୍ନରେ ମାର୍ଶାଘାଈ ବ୍ଲକ  ତରଫରୁ ଆୟୋଜିତ ମେଳାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ |

ଉଭୟ ବ୍ଲକର   ନୂତନ ଭତ୍ତା ହିତାଧିକାରୀଙ୍କୁ  ଭତ୍ତା, ସ୍ୱାସ୍ଥ୍ୟ ସେବାରୁ ବଂଚିତ  ହିତାଧିକାରୀ ଙ୍କୁ ନବୀନ କାର୍ଡ ପ୍ରଦାନ କରିଛନ୍ତି | ଆହୁରି ମଧ୍ୟ ଯୁବ ପିଢ଼ି କୁ ନିଜ ଦଳ ଆଡକୁ ଆକୃଷ୍ଟ କରିବା ଲକ୍ଷ୍ୟରେ ସ୍ପୋର୍ଟ୍ସ କ୍ଳବଗୁଡିକୁ ଖେଳ ସାମଗ୍ରୀ ଆବଣ୍ଟନ କରିଛନ୍ତି | ଦୁଃଖର କଥା  ଲୁଣିମାଠିଆ ଠାରେ  ମହାକାଳପଡ଼ା ବ୍ଲକ ପ୍ରଶାସନ ଦ୍ୱାରା ଆୟୋଜିତ ମେଳା ମଞ୍ଚାରେ ମୁଖ୍ୟ ଅତିଥି ଙ୍କ ଉପସ୍ଥିତି ରେ ରାମନଗର ପଂଚାୟତର  କିଛି ଭୋଟର  ମୁଖ୍ୟ ମନ୍ତ୍ରୀ ଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ବିଜେଡି ରେ ସାମିଲ ହୋଇଥିଲେ | ଖୋଦ ମୁଖ୍ୟ ଅତିଥି  ଉକ୍ତ ବ୍ୟକ୍ତି ମାନଙ୍କୁ ମଞ୍ଚାରେ ଦଳୀୟ ଉତ୍ତରୀୟ  ପ୍ରଦାନ କରି ଆପଣେଇଥିବା ବେଳେ ବିଭିନ୍ନ ପଂଚାୟତର ସରପଞ୍ଚ ଓ ସମିତି ସଭ୍ୟ ମାନେ ଉପସ୍ଥିତ ଥିଲେ |

କେଵଳ  ସାମ୍ବିଧାନିକ ଦୃଷ୍ଟିରୁ ମହାକାଳପଡ଼ା ବିଡ଼ିଓ  ମିଶ୍ରଣ ସମୟରେ ମଞ୍ଚା ତଳକୁ ଓହ୍ଲାଇ ଆସିଥିଲେ | ଆଉ ଆବଣ୍ଟନ ମେଳାକୁ ଡକାଯାଇଥିବା ଯୁବ ଗୋଷ୍ଠୀ ଅବ୍ୟସ୍ଥିତ ଖେଳ ସାମଗ୍ରୀ ବଣ୍ଟନ  ନେଇ ପ୍ରଶାସନ କୁ ଘୋର ନିନ୍ଦା କରିଛନ୍ତି |  ସମାନ ଭାବେ ମାର୍ଶାଘାଈବ୍ଲକ ତରଫରୁ ଆୟୋଜିତ  ମେଳାକୁ ଆସିଥିବା ଲୋକ  ମାନଙ୍କୁ ପ୍ରଦାନ କରାଯାଉଥିବା  ଟିଫିନ ପ୍ୟାକେଟ ଗୁଡିକୁ ନେଇ ମଧ୍ୟ  କିଛି ସମସ୍ୟା ଦେଖାଯିବାରୁ  ଟିଫିନ ପ୍ୟାକେଟ ଗୁଡିକ ଏଣେ ତେଣେ ଫିଙ୍ଗା ହୋଇଥିବାର   ମଧ୍ୟ ଦୃଶ୍ୟ ମାନ ହୋଇଛି | ସର୍ବୋପରି ପ୍ରଶାସନିକ ଅବହେଳା ରୁ ହେଉ ବା ଜ୍ଞାତ ସାରରେ ଦୁଇ ବ୍ଲକ ର ମେଳାରେ କିଛି ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା |

Leave A Reply

Your email address will not be published.