୨ବାଇକ୍ ଉପରେ ମାଡିଗଲା ଟ୍ରକ୍ 

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ୨ବାଇକ୍ ଉପରେ ମାଡିଗଲା ଟ୍ରକ୍ | ପ୍ରଥମେ ଗୋଟିଏ ବାଇକ୍ କୁ ଧକ୍କା ଦେଲା କାର୍ | ଫଳରେ ବାଇକ୍ ଆରୋହୀ ନିୟନ୍ତ୍ରଣ ହରାଇ ଅନ୍ଯଏ ବାଇକ୍ ସହ ପିଟି ହୋଇଥିଲା, ଏହି ସମରେ ପଛପଟୁ ଆସୁଥିବା ଏକ ଲୁହାପଥର ବୋଝେଇ ଟ୍ରକ୍ ମାଡିଗଲା ଉଭୟ ବାଇକ୍ ଉପରେ |

ଆନନ୍ଦପୁର ଉପଖଣ୍ଡ ୨୦ନଂ ଜାତିୟ ରାଜପଥ ର କନକ ମଞ୍ଜରୀ ମହିଳା ମହାବିଦ୍ୟାଳୟ ସାମ୍ନାରେ ଏଭଳି ସିରିଜ୍ ଦୁର୍ଘଟଣା ରେ ଜଣେ ବାଇକ୍ ଆରୋହୀ ଙ୍କ ମୃତ୍ଯୁ ଘଟିଥିବା ବେଳେ ଅନ୍ଯ ତିନିଜଣ ଗୁରୁତର ଆହତ ଅବସ୍ଥାରେ ଆନନ୍ଦପୁର ଡାକ୍ତରଖାନା ରେ ଭର୍ତ୍ତି କରାଯାଇଛି | ମୃତକ ଆନନ୍ଦପୁର ଅଞ୍ଚଳ ର ଓ ୨ଜଣ ଗୁରୁତର ଆହତ ସୁବଳ ସାଇଁକୁଳ ଗ୍ରାମର ହୋଇଥିବାବେଳେ ଅନ୍ଯଜଣେ ରାଇତଳା ଗାଁ ର ହୋଇଥିବା ଜଣାପଡିଛି | ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ଗହଳି ଜମିବାର ସୁଯୋଗ ନେଇ କାର ଟି ଘଟଣା ସ୍ଥଳରୁ ପଳାଇଛି |

ଖବରପାଇ ଘଷିପୁରା ପୋଲିସ୍ ଘଟଣା ସ୍ଥଳରେ ରେ ପହଁଞ୍ଚି ଟ୍ରକ୍ ଚକତଳେ ଫସିରହିଥିବା ବାଇକ୍ ଆରୋହୀ ଙ୍କ ମୃତଦେହ ଉଦ୍ଧାର ପାଇଁ ପ୍ରୟାସ ଆରମ୍ଭ କରିଛି ା ଅନ୍ଯପଟେ ଡାକ୍ତରଖାନା ରେ ଭର୍ତ୍ତି ହୋଇଥିବା ଗୁରୁତର ଙ୍କୁ କଟକ ସ୍ଥାନାନ୍ତର ପାଇଁ ଉଦ୍ୟମ ଆରମ୍ଭ ହୋଇଛି |

Leave A Reply

Your email address will not be published.