ମେୟର ଗାଡ଼ି ଧକ୍କାରେ ଜଣେ ଯୁବକ ଆହତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କଟକ ମେୟର ସୁବାସ ସିଂଙ୍କ ଗାଡ଼ି ଧକ୍କାରେ ଜଣେ ଯୁବକ ଆହତ ହୋଇଛନ୍ତି।  କଟକ ଖାନନଗର ଛକରେ ଘଟିଛି ଦୁର୍ଘଟଣା। ଏଥିରେ ଜଣେ ସ୍କୁଟି ଆରୋହୀ ଗୁରୁତର ଆହତ ହୋଇଛନ୍ତି।

ଦୁର୍ଘଟଣା ପରେ ନିଜେ ମେୟର ତାଙ୍କୁ ଏକ ଅଟୋରେ ମେଡିକାଲ ନେଇଥିଲେ। ପ୍ରାଥମିକ ଚିକିତ୍ସା ପରେ ଯୁବକ ଜଣକ ସୁସ୍ଥ ଥିବା ମେୟର କହିଛନ୍ତି। ତେବେ ସୂଚନା ମୁତାବକ,  ଗତକାଲି ରାତିରେ ଖାନନଗର ଆଡୁ ଆସୁଥିବା ସ୍କୁଟି ଚାଳକଙ୍କୁ ବୀପରିତ ଦିଗରୁ ଆସୁଥିବା ମେୟରଙ୍କ କାର୍ ଧକ୍କା ଦେଇଥିଲା। ପରେ ଯୁବକଙ୍କ ଜଣଙ୍କ ତଳେ ପଡ଼ି ଯାଇଥିଲେ। ତାଙ୍କ ଦେହରୁ ରକ୍ତସ୍ରାବ ହୋଇଥିଲା।

ଦୁର୍ଘଟଣା ପରେ ମେୟର ଗାଡ଼ିରୁ ଓହ୍ଲାଇ ଅଟୋ ଯୋଗେ ଆହତ ଯୁବକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଯୁବକ ଜଣକ ସୁସ୍ଥ ଥିବା ମେୟର କହିଛନ୍ତି। ଦୁର୍ଘଟଣାରେ ଯୁବକଙ୍କ ସ୍କୁଟି ମଧ୍ୟ ଭାଙ୍ଗିଯାଇଛି। ତେବେ ଏହି ଘଟଣା ପରେ ମେୟରଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ |

Leave A Reply

Your email address will not be published.