ଶିଶୁଭବନ ଛକଠାରେ ପୁଲିସ ଓ ଛାତ୍ର କଂଗ୍ରେସ କର୍ମୀଙ୍କ ଧସ୍ତାଧସ୍ତି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଶିଶୁଭବନ ଛକଠାରେ ପୁଲିସ ଓ ଛାତ୍ର କଂଗ୍ରେସ କର୍ମୀଙ୍କ ଧସ୍ତାଧସ୍ତି |ବିଭିନ୍ନ ପ୍ରସଙ୍ଗରେ ଆଜି ନବୀନ ନିବାସ ଘେରାଉ ପାଇଁ ଯିବାବେଳେ ଶିଶୁଭବନ ଛକଠାରେ ପୁଲିସ ଓ ଛାତ୍ର କଂଗ୍ରେସ କର୍ମୀଙ୍କ ଧସ୍ତାଧସ୍ତି ହୋଇଛି। ‘ଛାତ୍ର ଆଣିବେ ପରିବର୍ତ୍ତନ’ କାର୍ଯ୍ୟକ୍ରମରେ ଆଜି ଛାତ୍ର କଂଗ୍ରେସର କର୍ମକର୍ତ୍ତା ଏକ ବିକ୍ଷୋଭ ସମାବେଶରେ ରାଜମହଲ ଛକ ନିକଟରୁ ବାହାରି ଶିଶୁ ଭବନ ଛକ ଦେଇ ନବୀନ ନିବାସ ଅଭିମୁଖେ ଯାଇଥିଲେ।

ସୂଚନା ଅନୁସାରେ, ପ୍ରଦେଶ ଛାତ୍ର କଂଗ୍ରେସ ଭାପତି ସୟଦ ୟାସିର ନୱାଜଙ୍କ ନେତୃତ୍ୱରେ ଦଳର ‘ଛାତ୍ର ଆଣିବେ ପରିବର୍ତ୍ତନ’ କାର୍ଯ୍ୟକ୍ରମ ଅନ୍ତର୍ଗତ ଏକ ବିଶାଳ ଶୋଭାଯାତ୍ରାରେ କଂଗ୍ରେସ କର୍ମୀମାନେ ନବୀନ ନିବାସ ଘେରାଉ ପାଇଁ ଯିବାବେଳେ ରାଜମହଲ ଛକ ନିକଟରେ ପୁଲିସ ସହ ମୁହାଁମୁହିଁ ହୋଇଥିଲେ। ପୁଲିସ ସେଠାରେ କିଛି ଛାତ୍ର ନେତାଙ୍କୁ ଭ୍ୟାନରେ ଉଠାଇ ନେବାରୁ ଉପସ୍ଥିତ ପୁଲିସ ଓ କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଥିଲେ। ପୁଲିସ ଉପରକୁ ଟମାଟୋ ମାଡ଼ ହୋଇଥିବା ଜଣାପଡ଼ିଛି। ଏହି ଘେରାଉ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ଛାତ୍ର ସଭାପତି ନୱାଜ କହିଛନ୍ତି ଯେ, ନବୀନ ସରକାର ବର୍ଷକୁ ୨ଲକ୍ଷ ହିସାବରେ ଯେଉଁ ୪୮ଲକ୍ଷ ଚାକିରି ଦେବାର ପ୍ରତିଶ୍ରୁତି ଦେଇଥିଲେ ସେ ଚାକିରି ଗଲା କୁଆଡ଼େ? ତାର ଉତ୍ତର ଏ ରାଜ୍ୟର ଯୁବ ଓ ଛାତ୍ର ସମାଜକୁ ଦିଅନ୍ତୁ।

ବିରୋଧି ଦଳକୁ ଦୁର୍ବଳ କରିବାପାଇଁ ଏବଂ ବିରୋଧି ଦଳରେ ଛାତ୍ର ନେତୃତ୍ୱ ସୃଷ୍ଟ କରାଇନଦେବା ପାଇଁ ୨୦୧୮ ମସିହା ପରଠାରୁ ଓଡ଼ିଶାରେ ଅଗଣତାନ୍ତ୍ରିକ ଭାବେ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରାଯାଇଛି। ନବୀନ ସରକାରରେ ଓଡ଼ିଶାର ଶିକ୍ଷା ବ୍ୟବସ୍ଥା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ। ୧୨ଟି ପ୍ରମୁଖ ସରକାରୀ ୟୁନିର୍ଭସିଟିରେ ୫୭ ପ୍ରତିଶତ ଶିକ୍ଷକ ନାହାନ୍ତି, ଯାହାର ସଂଖ୍ୟା ୧ ହଜାର।

Leave A Reply

Your email address will not be published.