ସୁପ୍ରିମ୍‌କୋର୍ଟରେ କାର୍ଯ୍ୟରତ ଓଡ଼ିଆ ରାନ୍ଧୁଣିଆଙ୍କ ଝିଅ ପ୍ରଜ୍ଞା ସାମଲଙ୍କୁ ସମ୍ବର୍ଦ୍ଧିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଦୃଢ ଇଚ୍ଛା ଶକ୍ତି ଆଗରେ ଫିକା ପଡ଼େ ପ୍ରତିବନ୍ଧକ । ସୁପ୍ରିମ୍‌କୋର୍ଟରେ କାର୍ଯ୍ୟରତ ଓଡ଼ିଆ ରାନ୍ଧୁଣିଆଙ୍କ ଝିଅ ପ୍ରଜ୍ଞା ସାମଲଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ପ୍ରଧାନବିଚାରପତି ଡିୱାଇ ଚନ୍ଦ୍ରଚୂଡ଼।   ଆଇନରେ ସ୍ନାତକୋତ୍ତର ପାଇଁ ଓଡ଼ିଆ ଝିଅ ପ୍ରଜ୍ଞାଙ୍କୁ ଆମେରିକା ବିଶ୍ୱବିଦ୍ୟାଳୟରୁ ମିଳିବ ସ୍କଲାରଶିପ୍‌ । ଏହି ସଫଳତା ପାଇଁ ପ୍ରଜ୍ଞାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ୱାଇ. ଚନ୍ଦ୍ରଚୂଡ଼ ।

କେବଳ ପ୍ରଧାନବିଚାରପତି ନୁହନ୍ତି, ସୁପ୍ରମ୍‌କୋର୍ଟର ସମସ୍ତ ବିଚାରପତି ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଜ୍ଞାଙ୍କ ସଫଳତା ପାଇଁ ପ୍ରଜ୍ଞା ତଥା ତାଙ୍କର ମାତାପିତାଙ୍କୁ ମଧ୍ୟ ସମର୍ଦ୍ଧନା ଜଣାଇଥିଲେ। ପ୍ରଧାନବିଚାରପତି ଚନ୍ଦ୍ରଚୂଡ଼ କହିଥିଲେ ପ୍ରଜ୍ଞାଙ୍କ ସଫଳତା ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ। ଏହି ଅବସରରେ ପ୍ରଧାନବିଚାରପତି ପ୍ରଜ୍ଞାଙ୍କୁ ନିଜ ଦସ୍ତଖତରେ ଗୋଟିଏ ପୁସ୍ତକ ପ୍ରଦାନ କରିଥିଲେ। ପୁସ୍ତକକୁ ଗ୍ରହଣ କରି ଏହା ତାଙ୍କ ପାଇଁ ସୌଭାଗ୍ୟ ଓ ସମ୍ମାନ ବୋଲି ପ୍ରଜ୍ଞା ବିନମ୍ରତାର ସହ କହିଛନ୍ତି।

ସୁପ୍ରିମକୋର୍ଟର ଜଣେ କର୍ମଚାରୀଙ୍କ ଝିଅର ଏପରି ସଫଳତା ପାଇ ବେଶ୍‌ ଖୁସି ହୋଇ ଯାଇଥିଲେ ପ୍ରଧାନ ବିଚାରପତି ଡି. ୱାଇ ଚନ୍ଦ୍ରଚୂଡ଼ ସିଂ। ଏହାପରେ ତାଙ୍କୁ କୋର୍ଟ ପରିସରକୁ ଡକାଇ ଅନ୍ୟ ବିଚାରପତିଙ୍କ ଉପସ୍ଥିତିରେ ସମ୍ମାନିତ କରିଛନ୍ତି। ସୁପ୍ରିମକୋର୍ଟର ସମସ୍ତ ବିଚାରପତି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଜ୍ଞାଙ୍କ ସଫଳତା ପାଇଁ ପ୍ରଜ୍ଞା ଓ ତାଙ୍କର ବାପା ମାଆଙ୍କୁ ମଧ୍ୟ ସମର୍ଦ୍ଧନା ଜଣାଇଛନ୍ତି। ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼ କହିଛନ୍ତି, ପ୍ରଜ୍ଞାଙ୍କ ସଫଳତା ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ। ଏହି ଅବସରରେ ଚିଫ୍ ଜଷ୍ଟିସ୍ ପ୍ରଜ୍ଞାଙ୍କୁ ନିଜ ଦସ୍ତଖତରେ ଗୋଟିଏ ପୁସ୍ତକ ପ୍ରଦାନ କରିଥିଲେ।

Leave A Reply

Your email address will not be published.