ଆଜିଠୁ ରାଜ୍ୟରେ ପଶ୍ଚିମା ଝଡର ପ୍ରଭାବ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମାର୍ଚ୍ଚ ଆରମ୍ଭରୁ ତାତିରେ ଫୁଟିଲାଣି ଓଡ଼ିଶା । ଉପକୂଳରୁ ଆଭ୍ୟନ୍ତରୀଣ ସବୁଠି ଉପରମୁହାଁ ପାରଦ । ବଲାଙ୍ଗିରେର ତାତି ୩୮ ଡିଗ୍ରୀ ଡେଇଁଲାଣି । ପ୍ରବଳ ଗରମେର ଲେୋକ ଆଉଟୁପାଉଟୁ ହେଉଛନ୍ତି ।

ଅନ୍ୟପଟେ ଉତ୍ତର ଉପକୂଳ ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଥିବା ବେଳେ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ଅନୁଭୁତ ହେବ। ଟ୍ରପ୍ଲାଇନ୍ ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଥିବା ବେଳେ ଆଜିଠୁ ପଶ୍ଚିମା ଝଡର ପ୍ରଭାବ ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ରାଜ୍ୟରେ ତାପମାତ୍ରା କମିବା ସହ ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ ଏବଂ କେନ୍ଦୁଝରରେ ହାଲୁକା ବର୍ଷା ହେବା ସମ୍ଭାବନା ରହିଛି।

ବାକି ଓଡ଼ିଶାରେ ପାଗ ମୁଖ୍ୟତଃ ଶୁଖିଲା ରହିବ। କାଲି ସାରା ରାଜ୍ୟରେ ବର୍ଷା ନେଇ ଆକଳନ କରାଯାଇଛି। ୧୬ ଏବଂ ୧୭ ତାରିଖରେ ବର୍ଷାର ପରିମାଣ ବଢିବା ସହ ବଜ୍ରପାତ ନେଇ ସତର୍କତା ଜାରି କରାଯାଇଛି। ପ୍ରଚଣ୍ଡ ବିଜୁଳି ଘଡଘଡି ସହ ବର୍ଷା ନେଇ ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ ଏବଂ ଝାରସୁଗୁଡାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବର୍ଷା ପ୍ରଭାବରେ ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି ।

Leave A Reply

Your email address will not be published.