କ୍ୟାମେରାରେ ଠାବ ହେଲା ବିରଳ କଳା ବାଘ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସୁନ୍ଦରଗଡ ପାଇଁ ଖୁସି ଖବର। ୬ ବର୍ଷ ପରେ ବନ ବିଭାଗ କ୍ୟାମେରାରେ ଠାବ ହେଲା ବିରଳ କଳା ବାଘ । ହେମଗିରି ଫରେଷ୍ଟ ରେଞ୍ଜର ଗର୍ଜନ ପାହାଡ ଫରେଷ୍ଟ ରେଞ୍ଜର ଜଙ୍ଗଲରେ ଠାବ ହେଲା ବିରଳ କଳା ବାଘ।

ଏନେଇ ସୂଚନା ଦେଲେ ପିସିସିଏଫ୍‌ ସୁଶାନ୍ତ ନନ୍ଦ । ସୁନ୍ଦରଗଡ ଜିଲ୍ଲା ହେମଗିରି ବନାଞ୍ଚଳରେ କଳାବାଘକୁ ଦେଖିବାକୁ ପାଇଛି ବନ ବିଭାଗ । ତେବେ ୨୦୧୮ ମସିହାରେ ସୁନ୍ଦରଗଡ଼ ଜଙ୍ଗଲରେ ଏହି ବାଘ ଦେଖାଯାଇଥିଲା । ପୂର୍ବଥର ପରି ଏଥର ବି କ୍ୟାମେରାରେ କଏଦ ହେଲା କଳା ବାଘର ଫଟୋଚିତ୍ର । ପୂର୍ବରୁ ଶିମିଳିପାଳ ଓ ଫୁଲବାଣୀରେ ମଧ୍ୟ ଏହି ପ୍ରଜାତିର ବାଘ ଦେଖାଯାଉଥିବା କୁହାଯାଉଥିଲେ ମଧ୍ୟ ବାସ୍ତବରେ ଏନେଇ କୌଣସି ପ୍ରମାଣ ନଥିଲା ।

କିନ୍ତୁ କ୍ୟାମେରାରେ ଏହି ପ୍ରଜାତିର ବାଘ ସାମ୍ନାକୁ ଆସିବା ପରେ ଓଡ଼ିଶାରେ କଳାବାଘ ଥିବା ନେଇ ସ୍ପଷ୍ଟ ହୋଇଥିଲା । ଓଡ଼ିଶାରେ ଅନେକ ବନଖଣ୍ଡରେ କଳା କଲାରାପତିଆ ବାଘ ରହିଛନ୍ତି । ବର୍ତ୍ତମାନ ସମୟରେ ଓଡ଼ିଶାର ୩ଟି ବନଖଣ୍ଡ ଅଞ୍ଚଳରେ ଚିହ୍ନଟ ହୋଇଥିବା ସୂଚନା ମିଳିଛି । କେବଳ କଳା ବାଘ ନୁହଁ ଆହୁରି ଅନେକ ପ୍ରକାରର ଦୁର୍ଲଭ ଜୀବଜନ୍ତୁ ଏହି କ୍ୟାମେରାରେ ଟ୍ରାପ ହୋଇଥିବା ସୂଚନା ଦେଇଛନ୍ତି ସୁନ୍ଦରଗଡ ଡିଏଫଓ ପ୍ରଦୀପ ମିରାସେ।

Leave A Reply

Your email address will not be published.