ରାଜଧାନୀ ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଜଧାନୀ ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ ।  ଏକ ଚାରି ମହଲା ବିଲ୍ଡିଂରେ ନିଆଁ ଲାଗି ୪ ଜଣ ଜୀବନ୍ତ ଜଳି ଯାଇଛନ୍ତି। ମୃତକଙ୍କ ମଧ୍ୟରେ 2 ଜଣ ଶିଶୁ ରହିଛନ୍ତି ।  ଏହି ଅଗ୍ନିକାଣ୍ଡରେ ୯ ଜଣ ଗୁରୁତର ହୋଇଛନ୍ତି। ଏପରି ଏକ ସାଂଘାତିକ ଘଟଣା ଆଜି ସକାଳେ ରାଜଧାନୀ ଦିଲ୍ଲୀର ଶଶସ୍ତ୍ରୀ ନଗର ଅଞ୍ଚଳରେ ଘଟିଛି | ଅଗ୍ନିକାଣ୍ଡ ନେଇ ଶାହଦରା ଜିଲ୍ଲା ଡିସିପି ସୁରେନ୍ଦ୍ର ଚୌଧୁରୀ କହିଛନ୍ତି ଯେ, ଆଜି ଭୋର୍ 5ଟା ସମୟରେ ଶାସ୍ତ୍ରୀନଗରର 13 ନମ୍ବର ଲେନରେ ଥିବା ଏକ କୋଠା ଘରେ ନିଆଁ ଲାଗିଥିବା ଖବର ଆସିଥିଲା ।

ଅଗ୍ନିକାଣ୍ଡ ନେଇ ଶାହଦରା ଜିଲ୍ଲା ଡିସିପି ସୁରେନ୍ଦ୍ର ଚୌଧୁରୀ କହିଛନ୍ତି ଯେ, ଆଜି ଭୋର୍ 5ଟା ସମୟରେ ଶାସ୍ତ୍ରୀନଗରର 13 ନମ୍ବର ଲେନରେ ଥିବା ଏକ କୋଠା ଘରେ ନିଆଁ ଲାଗିଥିବା ଖବର ଆସିଥିଲା । ସୂଚନା ପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ବହୁ ପରିଶ୍ରମ ପରେ ନିଆଁକୁ କାବୁ କରିଥିଲେ। ଏହାପରେ ବିଲ୍ଡିଂରେ ସନ୍ଧାନ ଆରମ୍ଭ କରି ୪ ମୃତଦେହ ଉଦ୍ଧାର କରିଥିଲେ। ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ନାବାଳକ ଥିବା ଜଣାଯାଇଛି। ଏଥିସହ ଏହି ଅଗ୍ନିକାଣ୍ଡରେ ୯ ଜଣ ଗୁରୁତର ହୋଇଛନ୍ତି।

ସେମାନଙ୍କ ମଧ୍ୟରେ ୩ ପୁରୁଷ, ୪ ମହିଳା ଓ ୨ ଛୋଟ ଛୁଆ ଥିବା ଜଣାଯାଇଛି। ପୁଲିସ୍‌ ଓ ଅଗ୍ନିଶମ ଟିମ୍‌ ଅଗ୍ନିକାଣ୍ଡ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ସର୍ଟ ସର୍କିଟ ଯୋଗୁ ଏପରି ଭୟାବହ ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।ଗତ ଫେବୃଆରୀ 15 ତାରିଖରେ ରାଜଧାନୀ ଦିଲ୍ଲୀରେ ଦୁଇଟି ରଙ୍ଗ କାରଖାନା ଓ କେମିକାଲ କାରଖାନାରେ ଅଗ୍ନିକାଣ୍ଡ ଘଟିଥିଲା । ଏଥିରେ 11 ଜଣଙ୍କର ମୃତ୍ୟୁ ହୋଇଥିଲା । ଅଗ୍ନିକାଣ୍ଡରେ 4ଜଣ ଆହତ ହୋଇଥିବା ବେଳେ ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ଜଳିଯାଇଥିଲା ।

Leave A Reply

Your email address will not be published.