ଚାରିଟି ପ୍ରକଳ୍ପର ଶିଳାନ୍ୟାସ କଲେ ବିଧାୟକ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଚାରିଟି ପ୍ରକଳ୍ପର ଶିଳାନ୍ୟାସ କଲେ ବିଧାୟକ। ଓଡିଶା ସରକାରଙ୍କ ଗ୍ରାମୀଣ ଉନ୍ନୟନ ବିଭାଗ ତରଫରୁ ସିମୁଳିଆ ଓ ଖଇରା ବ୍ଲକରେ ଗମନାଗମନ ସଂଯୋଗକୁ ସୁଦୃଢ କରିବା ପାଇଁ ନୂତନ ଭାବେ ଅନୁମୋଦନ ହୋଇଥିବା ୪ଟି ପ୍ରକଳ୍ପର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ସିମୁଳିଆ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ |

ଆଜି ଖଇରା ବ୍ଲକ ମଳାରି ଛକ ଠାରୁ କାହାଳୀଗଡ଼ିଆ ଭାୟା ଧନିଆବନ୍ଧ ରାସ୍ତା ନିର୍ମାଣ ପାଇଁ ୧ କୋଟି ୭୦ ଲକ୍ଷ ଓ ମକରଧ୍ୱଜପୁର ଠାରୁ ତୂଳୀପାଦ ରାସ୍ତାର କହ୍ନେଇ ନାଳ ଉପରେ ବିଜୁ ସେତୁ ନିର୍ମାଣ ପାଇଁ ୫ କୋଟି ୯୮ ଲକ୍ଷ ଟଙ୍କାର ଦୁଇଟି ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ବିଧାୟକ | ଏଥିରେ ସ୍ଥାନୀୟ ଲୋକ ପ୍ରତିନିଧି ସମେତ ଅଂଚଳ ବାସୀ ମାନେ ଉପସ୍ଥିତ ଥିଲେ |

ସେହିପରି ସିମୁଳିଆ ବ୍ଲକ ଜାମୁଝାଡି ଠାରୁ ରାଧାବଲ୍ଲଭପୁର ଭାୟା ଦ୍ଵୀପ ରାସ୍ତା ୪କୋଟି ୪୮ଲକ୍ଷ ଟଙ୍କାର ବ୍ୟୟ ଅଟକଳରେ ବିଜୁ ସେତୁ ନିର୍ମାଣ ଏବଂ ବରୀ ବିନାୟକପୁର ରାସ୍ତା ଠାରୁ କହ୍ନେଇବିନ୍ଧା ପର୍ଯ୍ୟନ୍ତ ରାସ୍ତା ୭କୋଟି ବ୍ୟୟ ଅଟକଳରେ ନିର୍ମାଣ ପାଇଁ ଆଜି ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ବିଧାୟକ ଜ୍ୟୋତିପ୍ରକାଶ ପାଣଗ୍ରାହୀ।ଏହି କାର୍ଯ୍ୟକ୍ରମ ଗୁଡିକରେ ବିଭାଗୀୟ ଅଧିକାରୀ ମାନଙ୍କ ସହ ସ୍ଥାନୀୟ ଗ୍ରାମବାସୀ ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.