ଖଇରାକୁ ମିଳିଲା ଏନ ଏ ସି ମାନ୍ୟତା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଖଇରାକୁ ମିଳିଲା ଏନ ଏ ସି ମାନ୍ୟତା। ଆଜି ପୁଣି ୨୨ଟି ନୂଆ ଏନ ଏ ସି ଘୋଷଣା କରିଛନ୍ତି ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ଏଥି ମଧ୍ୟରେ ବାଲେଶ୍ୱର ଜିଲାର ଦୁଇଟି ସ୍ଥାନ ରହିଥିବା ଜଣାଯାଇଛି।ବାଲିଆପାଳ ଓ ଖଇରା ଦୁଇଟିକୁ ଏନ୍ ଏ ସି ମାନ୍ୟତା ଦେଇଛନ୍ତି ରାଜ୍ୟ ସରକାର।କିଛି ଦିନ ପୂର୍ବରୁ ୩୫ଟି ସ୍ଥାନକୁ ଏନ୍ ଏ ସି ମାନ୍ୟତା ମିଳିଥିଲା।

ଏଥିରେ ଖଇରା ସାମିଲ ନ ଥିବାରୁ ସ୍ଥାନୀୟ ସ୍ବାଭିମାନ ମଞ୍ଚ ପକ୍ଷରୁ ଆନ୍ଦୋଳନ କରାଯାଇଥିଲା।ଏମିତିକି ଖଇରା କୁ ଏନଏସି ମାନ୍ୟତା ଦାବି ନେଇ ବିଡ଼ିଓ ଙ୍କ ଜରିଆରେ ଫାଇଭ ଟି ଅଧକ୍ଷ ଙ୍କୁ ଦାବିପତ୍ର ପ୍ରଦାନ କରିଥିଲା ଖଇରା ସ୍ୱାଭିମାନ ମଞ୍ଚ l ଗତକାଲି ଖଇରା ସ୍ୱାଭିମାନ ମଞ୍ଚ ପକ୍ଷରୁ ଖଇରା ବ୍ଲକ ବିଡ଼ିଓ ଙ୍କ କାର୍ଯ୍ୟଳୟ ପରିସର ରେ ମଞ୍ଚ ର ସଭାପତି ପ୍ରଶାନ୍ତ କୁମାର ବେହେରା ଙ୍କ ନେତୃତ୍ୱ ରେ ଖଇରା ଅଂଚଳ କୁ ଏନଏସି ପାଇଁ ମଞ୍ଚ ଦୀର୍ଘ ଦିନ ଧରି ଦାବି କରିଆସୁଥିଲେ |

ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା ହେବା ବିଳମ୍ବ ହେଉଥିବାରୁ ମଞ୍ଚ ପକ୍ଷରୁ ଫାଇଭ ଟି ଅଧକ୍ଷ ଭି କେ ପାଣ୍ଡିୟାନ ଙ୍କୁ ବିଡ଼ିଓ ଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିଥିଲେ l ଆଜି ଖଇରାକୁ ଏନ୍ଏ ସି ମାନ୍ୟତା ଘୋଷଣା ପରେ ସ୍ଥାନୀୟ ଅଞ୍ଚଳ ଖୁସି ମନାଉଥିଲା ବେଳେ ଏଥିପାଇଁ ମୂଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅଞ୍ଚଳବାସୀ।

Leave A Reply

Your email address will not be published.