ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ” ଓ୍ବାନ ଷ୍ଟେସନ-ଓ୍ବାନ ପ୍ରଡକ୍ଟ”ଯୋଜନା ଉଦଘାଟିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ଵାରା “ଗୋଟିଏ ଷ୍ଟେସନ ଗୋଟିଏ ଉତ୍ପାଦ” ଓ୍ବାନ ଷ୍ଟେସନ-ଓ୍ବାନ ପ୍ରଡକ୍ଟ”ଯୋଜନା ରେ ରାଇରଙ୍ଗପୁର ଷ୍ଟେସନ ରେ ଷ୍ଟଲ ଉଦଘାଟିତ ହେଲା |  ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ଆଭାସି ମାଧ୍ୟମରେ ରାଇରଙ୍ଗପୁର ରେଳ ଷ୍ଟେସନ ଠାରେ ‘ୱାନ ଷ୍ଟେସନ ୱାନ ପ୍ରଡକ୍ଟ’ ଯୋଜନା ଅନ୍ତର୍ଗତ “ଗୋଟିଏ ଷ୍ଟଲ” ଉଦଘାଟନ କରିଥିଲେ |

ଏହି ଅବସରରେ ମାନ୍ୟବର ବିଧାୟକ ରାଇରଙ୍ଗପୁର ଶ୍ରୀ ନବଚରଣ ମାଝୀ, ମାନ୍ୟବର ପୂର୍ବତନ ବିଧାୟକ ପ୍ରହ୍ଲାଦ ପୂର୍ତ୍ତି ତଥା ଭାଜପା ଦଳର ରାଜ୍ୟ ସମ୍ଫାଦକ ଶ୍ରୀ ନବିନ ରାମଙ୍କ ଉପସ୍ଥିତିରେ ଦେଶ ପାଇଁ ଉତ୍ସର୍ଗ କରାଯାଇଥିଲା। ଏହି ଉଦଘାଟନ ଉତ୍ସବରେ ଶ୍ରୀ ବିନୋଦ କୁମାର ସିନିୟର ଡିଭିଜନାଲ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟର ଟାଟାନଗର, ଶ୍ରୀ ରିଷଭ କୁମାର ଧାକଡ ସିନିୟର ମ୍ୟାଟେରିଆଲ ମ୍ୟାନେଜର ଟାଟାନଗର, ସାନ୍ତୋଷ କୁମାର ପ୍ରସାଦ ମୁଖ୍ୟ ବାଣିଜ୍ୟ ଇନ୍ସପେକ୍ଟର ଟାଟାନଗର ଏବଂ ରେଳବେ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଲ ସଞ୍ଚାଳନ କରିଥିଲେ।

ଏହି ଷ୍ଟଲରେ ବାଉଁସ-ହସ୍ତତନ୍ତର ତୈୟାର କରାଯାଥିବା ସମାଗ୍ରୀ ରଖାଯାଇଛି ଏବଂ ଏହାର ମୂଲ୍ୟ ଟଙ୍କା-:-100-30000 ରୁ ରହିଛି। ଏହା ଆଞ୍ଚଳିକ ଓ ସ୍ଥାନୀୟ ଆଇଟମ୍ ପାଇଁ ଲୋକଲ ର ଭୋକାଲ୍ ସହିତ ସଂଯୁକ୍ତ ରହିଛି |

Leave A Reply

Your email address will not be published.