ପ୍ରଧାନ ଶିକ୍ଷୟତ୍ରୀଙ୍କ ବଦଳିକୁ ବିରୋଧ କରି ରଜ ରାସ୍ତାରେ ଛତ୍ରଛାତ୍ରୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପ୍ରଧାନ ଶିକ୍ଷୟତ୍ରୀଙ୍କ ବଦଳିକୁ ବିରୋଧ କରି ରଜ ରାସ୍ତାରେ ଛତ୍ରଛାତ୍ରୀ। ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀଙ୍କ ବଦଳିକୁ ବିରୋଧ କରି ରାଜରାସ୍ତାରେ କୁନିକୁନି ଛାତ୍ରଛାତ୍ରୀ। ପ୍ରଚଣ୍ଡ ରୌଦ୍ରତାପ ଓ ପିଚୁ ରାସ୍ତାର ତାତିକୁ ଖାତିର ନକରି ସ୍କୁଲ ଠାରୁ ଏକ କି.ମି ରୁ ଅଧିକ ରାସ୍ତା ଦୌଡ଼ି ଦୌଡ଼ି ଆସି କାହାରି କଥାକୁ ଖାତିର ନକରି ରାଜ ରାସ୍ତା ଅବରୋଧ କରିଛନ୍ତି ଶତାଧିକ ଛତ୍ରଛାତ୍ରୀ। ମୁହଁରେ ଏକା ଜିଦ୍ ଆମ ପ୍ରଧାନ ଶିକ୍ଷୟତ୍ରୀ ଙ୍କୁ ଆମେ ଛାଡ଼ିବୁନି। ସେ ଆମପାଇଁ ବହୁତ କିଛି କରିଛନ୍ତି,କିଛି ଲୋକ ଚକ୍ରାନ୍ତ କରି ତାଙ୍କୁ ଏଠାରୁ ବାହାର କରିଦେଉଛନ୍ତି। ଆମକୁ ଆମର ରୂପାଲି ଦିଦି ଦରକାର |

ମୁହଁରେ ଏଭଳି କିଛି ଦାବି ନେଇ ସ୍କୁଲର ପ୍ରଥମ ଶ୍ରେଣୀ ରୁ ଆରମ୍ଭ କରି ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ୁଥିବା ସମସ୍ତ ଛାତ୍ରଛାତ୍ରୀ ଆଜି ୨ ଘଣ୍ଟାରୁ ଅଧିକ ସମୟ ଧରି ରାଜରାସ୍ତାକୁ ଅଚଳ କରିଦେଲେ। ଠିକ୍ ଭାବରେ କଥା କହି ଶିଖିନଥିବା କୁନି କୁନି ପିଲାମାନଙ୍କର ଆନ୍ଦୋଳନ ଓ ପ୍ରତିବାଦର ଶ୍ବର ଦେଖିଲେ ଏହା ରାଜଧାନୀ ଭୁବନେଶ୍ବର ଲୋୟାର ପିଏମଜି ର କୌଣସି ଏକ ବଡ଼ ଆନ୍ଦୋଳନ ଭଳି ମନେବହେଉଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଶାମାଖୁଣ୍ଟା ବ୍ଲକ୍ ଅଧିନସ୍ଥ ପାଇକବସା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ। ପ୍ରଥମରୁ ଅଷ୍ଟମ ଯାଏ ପାଠ ପଢାଯାଉଥିବା ଏହି ବିଦ୍ୟାଳୟ ରେ ଦୁଇଟି ଛାତ୍ରୀ ନିବାସ ମଧ୍ୟ ରହିଛି। ପାଖାପାଖି ୪୫୦ ଛାତ୍ରଛାତ୍ରୀ ଏହି ବିଦ୍ୟାଳୟରେ ପାଠ ପଢୁଛନ୍ତି। ତେବେ ଘଟଣା ମୁତାବକ ବିଦ୍ୟାଳୟରେ ଏବେ ପ୍ରଧାନ ଶିକ୍ଷୟତ୍ରୀ ଦାୟିତ୍ୱ ରେ ଥିବା ରୂପାଲି ରୂପମିତା ପଣ୍ଡାଙ୍କୁ ଏଠାକାର ପ୍ରଧାନ ଶିକ୍ଷୟତ୍ରୀ ପଦରୁ ନିବୃତ୍ତ କରାଯାଇଥିବା ନେଇ ଗତକାଲି ସନ୍ଧ୍ୟାରେ ଜିଲ୍ଲା ଶିକ୍ଷାଧିକାରୀ ଏକ ଅର୍ଡର ପ୍ରକାଶ କରିଥିଲେ। ଶ୍ରୀମତୀ ପଣ୍ଡା ନିକଟସ୍ଥ ମହୁଲିଆ କଲଷ୍ଟର ର ସିଆରସିସି ଭାବେ ନିଯୁକ୍ତ ରହି ଏଠାକର ପ୍ରଧାନ ଶିକ୍ଷୟତ୍ରୀ ଦାୟିତ୍ୱ ମଧ୍ୟ ତୁଲାଉଥିଲେ। ତେଣୁ ଗତକାଲି ଡିଇଓ ତାଙ୍କୁ ଏଠାକାର ପ୍ରଧାନ ଶିକ୍ଷୟତ୍ରୀ ଦାୟିତ୍ୱ ରୁ ବାଦ ଦେଇ ନିକଟସ୍ଥ କଦଳିବାଡ଼ିଆ ପ୍ରାଥମିକ ବିଦ୍ୟାଳୟ ଦାୟିତ୍ୱରେ ଥିବା ବୀଣାପାଣି ମହାପାତ୍ରଙ୍କୁ ଏଠାରେ ପ୍ରଧାନ ଶିକ୍ଷୟତ୍ରୀ ଭାବେ ନିଯୁକ୍ତି ଦିଆଯିବା ନେଇ ଅର୍ଡର ପ୍ରକାଶ କରିଛନ୍ତି। ତେବେ ଏହି ଖବର ଛତ୍ରଛତ୍ରୀ ଙ୍କ ନିକଟରେ ପହଞ୍ଚିବା ପରେ ଏଭଳି ଆନ୍ଦୋଳନାତ୍ମକ ପରିସ୍ଥିତି ସୃଷ୍ଟି ହୋଇଥାଇପରେ ବୋଲି କହିଛନ୍ତି ପ୍ରଧାନ ଶିକ୍ଷୟତ୍ରୀ ରୂପାଲି ରୂପମିତା ପଣ୍ଡା।

ସ୍କୁଲ ପିଲାମାନେ ଆଜି ପ୍ରଥମେ ସ୍କୁଲ ର ମୁଖ୍ୟ ଗେଟ୍ ରେ ତାଲା ପାଇବା ସହ ସ୍କୁଲ ଠାରୁ ଏକ କି.ମି ଦୂରତା ରେ ଥିବା ବାରିପଦା – ଉଦଳା ମୁଖ୍ୟ ରାସ୍ତା ତଥା କରଞ୍ଜିଆ ଛକ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ଯାଇ ସେଠାରେ ଦୀର୍ଘ ଦୁଇଘଣ୍ଟା ଧରି ରାଜରାସ୍ତା ଅବରୋଧ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଶତାଧିକ ଛାତ୍ରଛତ୍ରୀ। ସବୁଠାରୁ ଆଶ୍ଚର୍ୟ୍ଯର କଥା ହେଉଛି କିଛି ଅଭିଭାବକ ମଧ୍ୟ ଏଥିରେ ସାମିଲ ରହିଥିବା ଜଣାଯାଇଛି। ଯାହାଫଳରେ ଘଟଣା ସ୍ଥଳରେ ଉତ୍ତେଜନା ଲାଗିରହିବା ସହିତ ଦୀର୍ଘ ସମୟ ଧରି ରାସ୍ତାରେ ଯାତାୟତ ଠପ୍ ହୋଇଯାଇଥିଲା। ଦୁଇଘଣ୍ଟା ପରେ ସ୍ଥାନୀୟ ବିଇଓ ଘଟଣା ସ୍ଥଳରେ ପହଞ୍ଚିଥିଲେ। ବ୍ଲକ୍ ଶିକ୍ଷା ଅଧିକାରୀ ଙ୍କ ବୁଝା ସୁଝା ଓ ପ୍ରତିଶ୍ରୁତି ପରେ ରାସ୍ତା ରୋକରୁ ହଟିଲେ ଛାତ୍ରଛାତ୍ରୀ। ଉକ୍ତ ସ୍କୁଲରେ ବାରମ୍ବାର ଏଭଳି ଘଟଣା ଘଟିଆସୁଥିବାରୁ ଛୋଟ ଛୋଟ ପିଲାଙ୍କୁ ନେଇ ଏଠାରେ ରାଜନୀତି କରାଯାଉଛି ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା।  ତେବେ ଏଠି ପ୍ରଶ୍ନ ଉଠୁଛି କୁନିକୁନି ପିଲାମାନଙ୍କ ମନରେ ଏଭଳି ଅଶାନ୍ତ ବାତାବରଣ ଶୃଷ୍ଟି କରିବା ପଛରେ କାହାର ହାତ ରହିଛି, କେହି ଏମାନଙ୍କ ପଛରେ ରହି ଏସବୁ କରିବା ପାଇଁ ବାଧ୍ୟ କରିଛି ନାଁ’ ଏମାନେ ନିଜେ ନିଜେ ଏସବୁ କରିବା ପାଇଁ ସ୍ଥିର କରିଛନ୍ତି ???

Leave A Reply

Your email address will not be published.