ଏନପିଏସ୍ ଶିକ୍ଷକଙ୍କ ଦାବି ୧୩ ସୁଦ୍ଧା ପୂରଣ ନହେଲେ ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ ବର୍ଜନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଏନପିଏସ୍ ଶିକ୍ଷକଙ୍କ ଦାବି ୧୩ ସୁଦ୍ଧା ପୂରଣ ନହେଲେ ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ ବର୍ଜନ | ସରକାରୀ ହାଇସ୍କୁଲ (ମାଧ୍ୟମିକ) ନୂତନ ପେନସନ ଯୋଜନାଭୁକ୍ତ (ଏନ୍‌ ପିଏସ୍)ଶିକ୍ଷକ ସଂଘ, ମୟୂରଭଞ୍ଜ ଶାଖା ପକ୍ଷରୁ ଆଗାମୀ ୧୩ ତାରିଖ ସୁଦ୍ଧା ଦୁଇଗୋଟି ପ୍ରମୁଖ ଦାବି ପୂରଣ କରା ନଗଲେ ହାଇସ୍କୁଲ ସାର୍ଟିଫିକେଟ (ମାଟ୍ରିକ) ପରୀକ୍ଷା ଖାତାର ମୂଲ୍ୟାୟନ ବର୍ଜନ କରିବା ସହିତ ସମସ୍ତ କ୍ଷେତ୍ରରେ ଅସହଯୋଗ କରିବେ |

ସୋମବାର ଜିଲାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲାପାଳ ବିଭୁତି ଭୂଷଣ ନାୟକ ଏବଂ ଜିଲା ଶିକ୍ଷାଅଧିକାରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ଦୀପ୍ତି ନାୟକଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇ ଚେତାବନୀ ଦିଆଯାଇଛି । ଏହି ପ୍ରମୁଖ ଦାବି ମଧ୍ୟରେ ୨୦୦୪ରୁ ୨୦୧୩ ମଧ୍ୟରେ ସରକାରୀ ହାଇସ୍କୁଲରେ ନିଯୁକ୍ତ ଶିକ୍ଷକଙ୍କୁ ୬ଟି ଇନକ୍ରିମେଣ୍ଟ ସହ ନିୟମିତ କରିବା ଏବଂ ମାଧ୍ୟମିକ ଶିକ୍ଷକଙ୍କ କ୍ୟାଡର ପୁନର୍ଗଠନ କରିବା ଦାବି ଅନ୍ତର୍ଭୁକ୍ତ ରହିଛି ।

ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବାରମ୍ବାର ଅନୁରୋଧ ସତ୍ତ୍ଵେ ସରକାର କର୍ଣ୍ଣପାତ କରୁନଥ‌ିବା ସହିତ ୨୦୦୪ରୁ ୨୦୦୯ ମଧ୍ୟରେ ନିଯୁକ୍ତି ପାଇଥ‌ିବା ୭ ହଜାର ଶିକ୍ଷକଙ୍କ କଥାକୁ ସରକାର ସମ୍ପୂର୍ଣ୍ଣ ଅଣଦେଖା କରିଚାଲିଛନ୍ତି । ପ୍ରାଥମିକ ଶିକ୍ଷକଙ୍କ କ୍ୟାଡର ପୁନର୍ଗଠନ କରିବା ସ୍ବାଗତଯୋଗ୍ୟ ପଦକ୍ଷେପ ଥିଲେ ସୁଦ୍ଧା।ସରକାର ମାଧ୍ୟମିକ ଶିକ୍ଷକଙ୍କ କ୍ୟାଡର
ପୁନର୍ଗଠନ ନକରିବା ଦୁର୍ଭାଗ୍ୟଜନକ।

Leave A Reply

Your email address will not be published.