ବଲାଙ୍ଗିର: ଲାଠୋର ରେଳ ଷ୍ଟେସନରୁ ଗଞ୍ଜେଇ ଚୋରା ଚାଲାଣ,୨ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ବଲାଙ୍ଗିର ଜିଲ୍ଲାର ହରିଶଙ୍କର ରୋଡ ରେଲ ଷ୍ଟେସନରୁ ଗତକାଲି ସନ୍ଧ୍ୟାରେ ଲାଠୋର ପୋଲିସ ଟ୍ରେନରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ଦୁଇ ଜଣ ମହିଳା ଙ୍କୁ ଗିରଫ କରିଥିବା ଜଣାପଡ଼ିଛି ଗିରଫ ମହିଳା ମାନେ ହେଲେ ଆନ୍ତରାଜ୍ୟ ମଧ୍ୟପ୍ରଦେଶ ଅଞ୍ଚଳର ଖବରରୁ ଜଣାପଡିଛି ଯେ ଉକ୍ତ ଦୁଇଜଣ ମହିଳାଙ୍କ ମଧ୍ୟରୁ ଜଣେ ଯୁବତୀ ଓ ଅନ୍ୟ ଜଣେ ବୃଦ୍ଧା ବୋଲି ଚିହ୍ନଟ କରାଯାଇଛି। ସେମାନଙ୍କ ଏକ ବ୍ୟାଗରୁ ୬ କେଜିରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ କରିଛି ଲାଠୋର ପୋଲିସ । ସେମାନେ ବିଶାଖାପାଟଣା ସମତା ସୁପରଫାଷ୍ଟ ଏକ୍ସପ୍ରେସରେ ଯାଉଥିବା ସମୟରେ ପୋଲିସ ସଂପୃକ୍ତ ମହିଳାଙ୍କୁ ପଚରାଉଚରା ବେଳେ ଯୁବତୀ ଜଣକ ଉତ୍ପକ୍ଷିତ ହୋଇ ପୋଲିସକୁ ଗାଳିଗୁଲଜ କରିବା ସହ ରେଲ ଧରଣାରୁ ପଥର ଉଠାଇ ମାରିବାକୁ ଉଦ୍ୟମ କରିଥିଲା।

ପରେ ସ୍ଥାନୀୟ ଜନସାଧାରଣ ସହଯୋଗ ରେ ପୋଲିସ ସେମାନଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା। ଏ ସଂକ୍ରାନ୍ତରେ ଲାଠୋର ପୋଲିସ ଏକ ମକଦ୍ଦମା ରୁଜୁ କରି ଆଜି ଦୁଇ ମହିଳାଙ୍କୁ ପାଟଣାଗଡ଼ କୋର୍ଟ ଚାଲାଣ କରାଯାଇଛି ବୋଲି ପାଟଣାଗଡ଼ ଏସଡ଼ିପିଓ  ଜ୍ୟୋତିର୍ମୟ ଭୁକ୍ତା ପ୍ରକାଶ କରିଛନ୍ତି।

Leave A Reply

Your email address will not be published.