ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦରେ ବିଜେପିର ବେଳପଡା ଓ ଖପ୍ରାଖୋଲ TPCODL କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଅଘୋଷିତ ବିଦ୍ୟୁତ ବିଭ୍ରାଟ ପ୍ରତିବାଦରେ ବେଲ ପଡ଼ା ବିଜେପି ପକ୍ଷରୁ TPCODL କାର୍ଯ୍ୟାଳୟ ଘେରାଉ।  ଘନ ଘନ ବିଦ୍ୟୁତ କାଟ ବିରୋଧରେ ବେଲ ପଡ଼ା ବିଜେପିର ଜୋରଦାର ପ୍ରତିବାଦ ସାଙ୍ଗକୁ ନାରାବାଜି ପ୍ରଦର୍ଶନ କରାଯାଇଛି। ସାମାନ୍ୟ ବର୍ଷା ପବନ ହେଲେ ବିଦ୍ୟୁତ କାଟ କରାଯାଉଛି। ବିନା ପୂର୍ବ ସୂଚନାରେ ଅଘୋଷିତ ବିଦ୍ୟୁତ କାଟ ଓ ରାଜ୍ୟରେ ପ୍ରଚଣ୍ଡ ଗୁଲୁମୁଳିରେ ଏଭଳି ଘନ ଘନ ବିଦ୍ୟୁତ କାଟ ବିରୋଧରେ ରାଜ୍ୟ ବିଜେପି ଡାକରାରେ ଏହି ଆନ୍ଦୋଳନ କରାଯାଇଛି। ବେଲ ପଡ଼ା ବିଜେପି ପକ୍ଷରୁ ବିଜେପି ମଣ୍ଡଲ ସଭାପତି କୁନୁ ମୁଣ୍ଡାଙ୍କ ନେତୃତ୍ୱରେ TPCODL କାର୍ଯ୍ୟାଳୟ ସମ୍ମୁଖରେ ଏହାର ପ୍ରତିବାଦ କରାଯିବା ପରେ ଏ ନେଇ ଦାବୀପତ୍ର ପ୍ରଦାନ କରାଯାଇଛି ।

ଏହି ବିକ୍ଷୋଭ ପ୍ରଦର୍ଶନରେ ଜିଲାପରିଷଡ଼ ସଭ୍ୟା ଅନିମା ଦାସ ଓ ଶବଦ ମିର୍ଧା ସାଂସଦଙ୍କ ନୋମିନି ପ୍ରସାନ୍ତ ଦାସ ଶୋଭକାର ମେହେର ବିଭୁତି ନାୟକ ଲଳିତ ମିର୍ଧା ପ୍ରସାନ୍ତ ସାହୁ ସହୀଦ ମହମ୍ମଦ ଜିତେନ୍ଦ୍ର ପାଣିଗ୍ରାହୀ ସିପୁନ ଖମାରି କାଳିଆ ବାଗ ମାଟୁ ବୁଡେକ ଦେବରାଜ ପାଣ୍ଡେ ଓ ସେହିପରି ଖପ୍ରାଖୋଲ ବିଦ୍ୟୁତ ବିଭାଗର ଅଫିସ ରେ ମଧ୍ୟ ଖପ୍ରାଖୋଲ ମଣ୍ଡଲ ସଭାପତି ଦେବକାନ୍ତ ପାଣିଗ୍ରାହୀ ଙ୍କ ନେତୃତ୍ୱରେ ସତ୍ୟାନନ୍ଦ ସେନ୍ଦ୍ରିଆ ନାରାୟଣ ଦଣ୍ଡସେନା ଶିବସୁନାସମେତ ବହୁ ବିଜେପି କର୍ମ୍ମୀମାନେ ଧାରଣାରେ ବସିବା ସହ ମୁଖ୍ୟମନ୍ତ୍ରୀ ଓ ଶକ୍ତି ମନ୍ତ୍ରୀ ଙ୍କ ବିରୁଦ୍ଧରେ ବିଭିନ୍ନ ପ୍ରକାର ନାରାବାଜି ଦେଇଥିଲେ। ଖପ୍ରାଖୋଲ ଓ ବେଲପଡ଼ା ରେ ବିଦ୍ୟୁତ ବିଭ୍ରାଟ ତୁରନ୍ତ ବନ୍ଦ ନ କଲେ ଆଗାମୀ ଦିନରେ ଜୋରଦାର ଜନ ଆନ୍ଦୋଳନ କରାଯିବ ବୋଲି ବିଜେପି ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.