ବୋରୱେଲ ଭିତରେ ୨ବର୍ଷର ଶିଶୁକୁ ଉଦ୍ଧାର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  କର୍ଣ୍ଣାଟକାର ବିଜୟପୁରା ଜିଲ୍ଲାର ଲାଚାୟନ୍ ଗାଁରେ ଦୁଇବର୍ଷର ଶିଶୁ ବୋରାୱଲ ଭିତରେ ଖସି ପଡ଼ିଥିବା ଖବର ମିଳିଛି। ଗତକାଲି ସନ୍ଧ୍ୟା ୬ଟା ପରଠାରୁ ଶିଶୁକୁ ବୋରାୱଲ ଭିତରୁ ଉଦ୍ଧାର କରିବା କାମ ଆରମ୍ଭ ହୋଇଥିବା ବେଳେ ଗୁରୁବାର ବି ଏହି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଉଦ୍ଧାର ପାଇଁ ରେସକ୍ୟୁ ଟିମ୍ ଅପରେସନ ଆରମ୍ଭ କରିସାରିଛି । ଉଦ୍ଧାର ପରେ ଶିଶୁର ତୁରନ୍ତ ଚିକିତ୍ସା ପାଇଁ ଘଟଣାସ୍ଥଳରେ ପ୍ରସ୍ତୁତ ରହିଛନ୍ତି ମେଡିକାଲ ଟିମ୍ ।

ସୂଚନା ଅନୁସାରେ, ଗତକାଲି ସଂଧ୍ୟାରେ ବିଜୟପୁରା ଜିଲ୍ଲାର ଲଚୟାନ୍ ଗାଁରେ ଏହି ଅଘଟଣ ଘଟିଛି। ବୋରୱେଲରେ ପଡିଥିବା ଶିଶୁଟିର ନାଁ ସତ୍ୟଭିକ୍ ମୁଜାଗୋଣ୍ଡ। ସେ ପଡିଥିବା ବୋରୱେଲର ଗଭୀରତା ପ୍ରାୟ ୨୦ଫୁଟ ହେବ। ଶିଶୁଟିକୁ ଉଦ୍ଧାର କରିବା ପାଇଁ ଚେଷ୍ଟା ଚାଲିଛି। ପୋଲିସର ସୂଚନାନୁସାରେ, ପିଲାଟି ଘର ପାଖରେ ଖେଳୁଥିବା ସମୟରେ ଅସାବଧାନତା ବଶତଃ ବୋରୱେଲରେ ପଡ଼ିଯାଇଥିଲା। ଏହି ବୋରୱେଲଟିକୁ ଶିଶୁର ପିତା ସତୀଶ ମୁଜାଗୋଣ୍ଡ ନିଜ ଜମିରେ ଖୋଳାଇଥିଲେ।

ଗତକାଲି ସନ୍ଧ୍ୟାରେ ଏହି ଘଟଣା ଜଣାପଡିବା ପରେ ସନ୍ଧ୍ୟା ପ୍ରାୟ ୬ଟା ୩୦ରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ଶିଶୁଟିକୁ ବୋରୱେଲରୁ ବାହାରକୁ ଆଣିବା ପାଇଁ ପୋଲିସ ଟିମ୍, ରାଜସ୍ୱ ଅଧିକାରୀ, ତାଲୁକ ପଞ୍ଚାୟତର ସଦସ୍ୟ ଏବଂ ଅଗ୍ନିଶମ ବିଭାଗର ଅଧିକାରୀ ଏବଂ ଜରୁରୀକାଳୀନ ସେବା ଅଧିକାରୀମାନେ ସେଠାରେ ଉପସ୍ଥିତ ଅଛନ୍ତି। ଶିଶୁକୁ ଉଦ୍ଧାର କରିବା ପାଇଁ ସମସ୍ତ ଉଦ୍ୟମ ଚାଲିଛି ବୋଲି ନ୍ୟୁଜ୍ ଏଜେନ୍ସି ପିଟିଆଇକୁ ଜଣେ ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛି।

Leave A Reply

Your email address will not be published.