ରିପିଟ୍ ହେଲେ ମଞୁଲତା; ସୋରରେ ନୂଆ ମୁହଁ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରିପିଟ୍ ହେଲେ ମଞୁଲତା।କଟିଲେ ପର୍ଶୁ।ସୋରରେ ନୂଆ ମୁହଁ। ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଆଜି ପୁଣି କିଛି ପ୍ରାର୍ଥୀ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।ଆଜି ଘୋଷଣା ହୋଇଥିବା ପ୍ରାର୍ଥୀଙ୍କ ମଧ୍ୟରେ ଭଦ୍ରକ ସାଂସଦ ପ୍ରାର୍ଥୀ ଭାବେ ମଞୁଲତା ମଣ୍ଡଳଙ୍କୁ ପୁଣିଥରେ ପ୍ରାର୍ଥୀ କରିଛି ବିଜେଡି।

ଭଦ୍ରକ ସଂସଦୀୟ କ୍ଷେତ୍ର ସୋର ନିର୍ବାଚନ ମଣ୍ଡଳୀ ପାଇଁ ନୂଆ ମୁହଁ ମାଧବ ଧଡାଙ୍କୁ ବିଜେପି ପ୍ରାର୍ଥୀ କରିଥିବା ବେଳେ ଦୁଇଥରର ବିଧାୟକ ପର୍ଶୁରାମ ଧଡାଙ୍କ ଟିକେଟ କଟିଛି।ମାଧବ ଧଡା ବର୍ତ୍ତମାନ ସୋର ମୁନିସିପାଲିଟି ଚେୟାରମେନ ଅଛନ୍ତି।

ବିଜେପି ଟିକେଟରେ ମାଧବ ମୁନିସିପାଲିଟି ଚେୟାରମେନ ଭାବେ ନିର୍ବାଚନ ଜିତିଥିଲା ବେଳେ ନିକଟରେ ସେ ବିଜେପି ଛାଡି ବିଜେଡିରେ ଯୋଗ ଦେଇଥିଲେ।ଏବେ ବିଜେଡି ଟିକେଟରେ ବିଧାୟକ ପ୍ରାର୍ଥୀ ଭାବେ ସୋର ଆସନ ରୁ ନିର୍ବାଚନ ଲଢିବେ ମାଧବ ଧଡା।

Leave A Reply

Your email address will not be published.