କେମିକାଲ୍ ମିଶା ରଙ୍ଗ ଲାଗି ୨୦ଗୁରୁତର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ହୋଲିରେ ଅଘଟଣ। ହୋଲି ଖେଳି ୨୦ ଜଣ ଯୁବକ ଅସୁସ୍ଥ। ହୋଲିରେ କିଛି ରସାୟନିକ ପଦାର୍ଥ ମିଶା ଯିବା କାରଣରୁ ଏପରି ଅଘଟଣ ଘଚିଛି।   ସମସ୍ତ ଅସୁସ୍ଥଙ୍କୁ ବଲାଙ୍ଗୀର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି |

ସୂଚନା ଅନୁସାରେ ଅଶୋକନଗର ଓ ଆନନ୍ଦ ନଗରରର ୨୦ ଜଣ ଯୁବକ ହୋଲି ଦିନ କେମିକାଲ ମିଶା ରଙ୍ଗ ଖେଳିଥିଲେ। ଗତକାଲି ସନ୍ଧ୍ୟାରେ ସେମାନଙ୍କ ଶରୀରରେ ଫୋଟକା ପରି ଫଳିଯାଇଥିଲା। ଏହାସହ ସେମାନେ ଗୁରୁତର ହୋଇପଡ଼ିଥିଲେ। ଫଳରେ ପରିବାର ଲୋକେ ସେମାନଙ୍କୁ କଣ୍ଟାବାଞ୍ଜି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଛନ୍ତି। ତେବେ ଅବସ୍ଥା ଗୁରୁତର ହେବାରୁ ସମସ୍ତଙ୍କୁ ଭୀମଭୋଇ ମେଡ଼ିକାଲ ହସ୍ପିଟାଲରେକୁ ସ୍ଥାନାନ୍ତର କରାଯାଇଛି | ତେବେ ଏନେଇ କଣ୍ଟାବାଞ୍ଜି ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନାହିଁ |

ରଙ୍ଗରେ ବିପଦପୂର୍ଣ୍ଣ କେମିକାଲ ମିଶିଥିବାରୁ ଏଭଳି ହୋଇଥିବା ସନ୍ଦେହ କରାଯାଉଛି | ତେବେ ଏପର୍ଯ୍ୟନ୍ତ ଏହି ଘଟଣା ସଂପର୍କରେ ଥାନାରେ କୌଣସି ଅଭିଯୋଗ କରାଯାଇନାହିଁ। ଏହି ଅଞ୍ଚଳରେ ହୋଲି ଉତ୍ସବରେ ଯେଉଁମାନେ ବିପଜ୍ଜନକ ରାସାୟନିକ ରଙ୍ଗ ପ୍ରୟୋଗ କରିଥିଲେ ସେମାନଙ୍କୁ ଚିହ୍ନଟ କରିବା ପାଇଁ ସ୍ଥାନୀୟ ଲୋକେ ଏହି ଘଟଣାର ଅନୁସନ୍ଧାନ କରିବାକୁ ଦାବି କରୁଛନ୍ତି।

Leave A Reply

Your email address will not be published.