ନିର୍ବାଚନ ପୂର୍ବରୁ ବଢ଼ିଲା ଶ୍ରମିକଙ୍କ ମଜୁରୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ନିର୍ବାଚନ ପୂର୍ବରୁ ବଢ଼ିଲା ଶ୍ରମିକଙ୍କ ମଜୁରୀ।  ବଢିଲା ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ମନରେଗା) ମଜୁରୀ । ଓଡିଶା ସମେତ ଅନେକ ରାଜ୍ୟରେ ଶ୍ରମିକଙ୍କ ମଜୁରୀ ବୃଦ୍ଧି ପାଇଛି ।

ମଜୁରୀ ହାରକୁ 3ରୁ 10 ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । କେନ୍ଦ୍ରୀୟ ବିକାଶ ଗ୍ରାମୀଣ ମନ୍ତ୍ରାଳୟ ପକ୍ଷରୁ ଏହାକୁ ବୃଦ୍ଧି କରାଯାଇଛି । ଲୋକସଭା ନିର୍ବାଚନ ପୂର୍ବରୁ ମଜୁରୀ ହାର 2024-25 ଆର୍ଥିକ ବର୍ଷ ପାଇଁ ବୃଦ୍ଧି କରାଯାଇଛି ।  ପାରିଶ୍ରମିକ ବୃଦ୍ଧି ପରେ ହରିୟାଣାରେ MGNREGA ଯୋଜନାରେ କାମ କରୁଥିବା ଶ୍ରମିକଙ୍କ ଦୈନିକ ପାଉଣା ସର୍ବାଧିକ ୩୭୪ ଟଙ୍କା ହୋଇଥିବା ବେଳେ ଗୋଆରେ ୩୫୬, କେରଳରେ ୩୪୬ ଟଙ୍କା ହୋଇଛି।

ଏଣକି ଓଡିଶାରେ 254 ଟଙ୍କା ପାଇବେ ମନରେଗା ଶ୍ରମିକଙ୍କ ମଜୁରୀ । ଯଦି ଦେଖିବା ସିକ୍କିମରେ ପାରିଶ୍ରମିକ ସବୁଠାରୁ ଅଧିକ ରହିଛି । ଏଠାରେ ଦୈନିକ 374 ଟଙ୍କା ପାଇବେ ଶ୍ରମିକ । ସେହିପରି ଅରୁଣାଚଳ ପ୍ରଦେଶ ଏବଂ ନାଗାଲାଣ୍ଡରେ ସର୍ବନିମ୍ନ ମଜୁରୀ ରହିଛି । ଏଠାରେ 234 ଟଙ୍କା ପାଇବେ ଶ୍ରମିକ ।

Leave A Reply

Your email address will not be published.