୨୦ତମ ବିଶାଳ କ୍ରୀଡା ଓ ସାଂସ୍କୃତିକ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ୨୦ତମ ବିଶାଳ କ୍ରୀଡା ଓ ସାଂସ୍କୃତିକ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ | ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲା ଅଧିନସ୍ତ ରାଇରଙ୍ଗପୁର ସହରସ୍ତ ୱାର୍ଡ ନଂ ୧ ମହୁଲଡିହା ଠାରେ ଥିବା ମହୁଲଡିହା ବୟେଜ କ୍ଲବ୍ ଆନୁକୂଲ୍ୟରେ ୨୦ତମ ବିଶାଳ କ୍ରୀଡା ଓ ସାଂସ୍କୃତିକ ନୃତ୍ୟ ପ୍ରତିଯୋଗିତା ଗତ ୨୦ ମାର୍ଚ୍ଚ ବୁଧବାର ଦିନ ଉଦଘାଟନୀ ହୋଇ ୨୧ ମାର୍ଚ୍ଚ ଗୁରୁବାର ଦିନ ଉଦଯାପିତ ହୋଇଯାଇଛି | ୨୦ ତାରିଖ ବୁଧବାର ବାଳକମାନଙ୍କ ମଧ୍ୟରେ ୧୦୦ ମିଟର, ୨୦୦ ମିଟର ଓ ୪୦୦ ମିଟର ଦୌଡ, ବାଳିକାମାନଙ୍କ ମଧ୍ୟରେ ୨୦୦ ମିଟର ଓ ୪୦୦ ମିଟର ଦୌଡ, ସ୍କିଫି ରେସ୍ ଓ ହାଣ୍ଡିଫଟା ହୋଇଥିବା ବେଳେ ୨୧ ତାରିଖ ଗୁରୁବାର ମହିଳାମାନଙ୍କ ମଧ୍ୟରେ ୧୦୦ ମିଟର ଦୌଡ ପ୍ରତିଯୋଗିତା ହୋଇଥିଲା |

ଉପରିସ୍ତ କ୍ରୀଡା ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀମାନଙ୍କୁ କମିଟୀ ପକ୍ଷରୁ ଆକର୍ଷଣୀୟ ପୁରସ୍କାର ପ୍ରଦାନ କରାଯାଇଥିଲା | ଏହାପରେ ଆଦିବାସୀ ପାରମ୍ପରିକ ସାଂସ୍କୃତିକ ନୃତ୍ୟ ଡାଣ୍ଡା ନାଚ, ବୁଢିଗାଳି ନାଚ ଆନ୍ଦିସୁସୁନ ହୋ ନାଚ, ଦାସାଏ ଏନେଜ୍, ଧଙ୍ଗେଳ୍ ଏନେଜ୍, ବାହା ଏନେଜ୍, ଡାହାର ଏନେଜ୍, ରିଞ୍ଜା ଏନେଜ୍, ଲାଗେଣେ ଏନେଜ୍, ଖାଡୟା ଏନେଜ୍ ଓ ଦଂ ଏନେଜ୍ ପ୍ରତିଯୋଗିତା ହୋଇଥିଲା | ଏଥିରେ ରାଇରଙ୍ଗପୁର ସହରର ପାଖାପାଖି ବିଭିନ୍ନ ସ୍ଥାନରୁ ୧୨ଟି ପ୍ରତିଯୋଗୀ ଦଳ ଅଂଶଗ୍ରହଣ କରିଥିଲେ | ବିଶେଷ ଭାବେ ଡାଣ୍ଡା ନାଚ ରେ ୧ମ ପୁରସ୍କାର ୭ ହଜାର ଟଙ୍କା, ୨ୟ ପୁରସ୍କାର ୫ ହଜାର ୧ ଟଙ୍କା , ବୁଢିଗାଳି ନାଚ ରେ ୧ମ ପୁରସ୍କାର ୧୦ ହଜାର ଟଙ୍କା, ୨ୟ ପୁରସ୍କାର ୮ ହଜାର ଟଙ୍କା ଓ ଆନ୍ଦିସୁସୁନ ହୋ ନାଚରେ ୧ମ ପୁରସ୍କାର ୬ ହଜାର ଟଙ୍କା ଓ ୨ୟ ପୁରସ୍କାର ୫ ହଜାର ୧ ଟଙ୍କା କମିଟୀ ପକ୍ଷରୁ ପ୍ରଦାନ କରାଯାଇଥିଲା |

ଉକ୍ତ ଭବ୍ୟ କାର୍ଯ୍ୟକ୍ରମରେ ମହୁଲଡିହା ବୟେଜ କ୍ଲବ ର ସଭାପତି ଶ୍ୟାମ ହେମ୍ବ୍ରମ, ସଂପାଦକ ଅର୍ଜୁନ ମାର୍ଣ୍ଡି, କାର୍ଯ୍ୟକାରୀ ସଦସ୍ୟଗଣ ଗୋପୀନାଥ ହେମ୍ବ୍ରମ, ଦୁବରାଜ ମାଝୀ, ଉଦୟନାଥ ମାର୍ଣ୍ଡି, ସଂଗ୍ରାମ କିଶୋର ମାର୍ଣ୍ଡି, ରାମରାୟ ମାର୍ଣ୍ଡି, ପାଲୁରାମ ମାଝୀ ତଥା କମିଟୀର ଅନ୍ୟାନ୍ୟ ସଦସ୍ୟଗଣ ଉପସ୍ଥିତ ଥିଲେ | ଏହି ବିଶାଳ କ୍ରୀଡା ଓ ସାଂସ୍କୃତିକ ନୃତ୍ୟ ଦେଖିବା ପାଇଁ ରାଇରଙ୍ଗପୁର ସହର ତଥା ଆଖପାଖ ଅଞ୍ଚଳରୁ କ୍ରୀଡା ଓ ସାଂସ୍କୃତିକ ନୃତ୍ୟ ପ୍ରେମୀ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ | ଏହାବାଦ୍ ରାତ୍ରିକାଳରେ ମନୋରଞ୍ଜନ ନିମନ୍ତେ ଆଦିମ ଅୱାର ଜାର୍ପା ଅପେରା ପରିବେଷଣ ହୋଇଥିଲା , ଯାହାକି ଆଦିବାସୀ ଭାଇଭଉଣୀମାନଙ୍କୁ ବେଶ ଆମୋଦିତ କରିଥିଲା | ରାଇରଙ୍ଗପୁରରୁ ଶ୍ୟାମଳେନ୍ଦୁ ପରିଡାଙ୍କ ରିପୋର୍ଟ

Leave A Reply

Your email address will not be published.