୨୬ତମ ବାର୍ଷିକ କ୍ରୀଡା ଓ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ରାଇରଙ୍ଗପୁର ସହରସ୍ତ ବାଇଦାପୋଷି ଅଧିନସ୍ତ ଇନ୍ଦିରା ପଡିଆ ଠାରେ ୨୬ତମ ବାର୍ଷିକ କ୍ରୀଡା ଓ ନୃତ୍ୟ ପ୍ରତିଯୋଗିତା ସଭାପତି ପୂର୍ବତନ ବିଧାୟକ ଶ୍ୟାମ ଚରଣ ହାଁସଦାଃ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି | ଦିବା ୧୧ଟା ୩୦ମି ରେ ପ୍ରଦୀପ ପ୍ରଜ୍ଦଳନ ଓ ପତାକା ଉତ୍ତୋଳନ କରାଯାଇଥିଲା | କ୍ରୀଡା ପ୍ରତିଯୋଗିତା ୧ ଘଟିକାରେ ଆରମ୍ଭ ହୋଇଥିଲା |

ଏଥିରେ ଶିଶୁ ବାଳକ – ୧୦୦ ମି ଦୌଡ, ଟମାଟୋ ରେସ୍, ଶିଶୁ ବାଳିକା – ୧୦୦ମି ଦୌଡ, ପଟାଟୋ ରେସ୍, ବାଳକ -୧୦୦ମି ଦୌଡ, ୮୦୦ମି ଦୌଡ, ଲମ୍ବଡିଆଁ, ବାଳିକା – ୪୦୦ମି ଦୌଡ, ସ୍ଲୋ ସାଇକେଲ ରେସ, ଲମ୍ବଡିଆଁ , ଜ୍ଞାନ ପରୀକ୍ଷା ଜୁନିୟର ଓ ସିନିୟର ଗ୍ରୁପ୍, ବୟସ୍କ – ୧୬୦୦ ମି ଦୌଡ, ଲାଖବିନ୍ଧା, ମହିଳା – ଜଳପୂର୍ଣ୍ଣ କଳସ ଦୌଡ, ମୁରୁଜ ପ୍ରତିଯୋଗିତା ହୋଇଥିଲା ବେଳେ ୪ଟା ବେଳେ ଡାଣ୍ଠାନାଚ, ଡ୍ରାମାନାଚ ଓ ଆଦିସୁସୁନ୍ ନାଚ ପ୍ରତିଯୋଗିତା ହୋଇଥିଲା | ବାଇଦାପୋଷି କ୍ରୀଡା ସଂସଦର କାର୍ଯ୍ୟକାରୀ ସଭାପତି ଭୁବନେଶ୍ବର ବେହେରା, ଉପସଭାପତି କିଶୋର କୁମାର ରଜକ, ଗୋବିନ୍ଦ ସୋରେନ, ଜଗନ୍ନାଥ ମଲ୍ଲିକ, ଯୁଗ୍ମ ସଂପାଦକ ରାଜାରାମ ଟୁଡୁ, ଅଶୋକ କୁମାର ମହାକୁଡ, ରବୀନ୍ଦ୍ର ବେହେରା, କୋଷାଧ୍ୟକ୍ଷ ଖଗେନ୍ଦ୍ର ବେହେରା , କାର୍ଯ୍ୟକାରୀ ସଦସ୍ୟଗଣ ଅମର ପ୍ରଧାନ ଦେଓ ହେମ୍ବ୍ରମ, ମନୋଜ କୁମାର ବରାଳ, ନରେଶ ଚନ୍ଦ୍ର ବେହେରା, ମାଝିଆ ବେହେରା, କିଶୁନ ହେମ୍ବ୍ରମ ତଥା ଅନ୍ୟ ସଦସ୍ୟଗଣ ଉପସ୍ଥିତ ରହି କାର୍ଯ୍ୟକ୍ରମ ସଫଳ କରିଥିଲେ |

କ୍ରୀଡା କମିଟୀ ପକ୍ଷରୁ ପ୍ରତିଯୋଗୀମାନଙ୍କ ନିମନ୍ତେ ଆକର୍ଷଣୀୟ ପୁରସ୍କାର ଦେବାର ବ୍ୟବସ୍ଥା କରାଯାଇଥିଲା | ସଂନ୍ଧ୍ୟା ୬ଟା ବେଳେ ପୁରସ୍କାର ବିତରଣୀ ପର୍ବରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ, ମୁଖ୍ୟ ବକ୍ତା ରାଇରଙ୍ଗପୁର ମ୍ୟୁନିସିପାଲିଟି ଅଧ୍ୟକ୍ଷ ଅଭିଷେକ ପଟ୍ଟନାୟକ, ସମ୍ମାନିତ ଅତିଥି ଉପାଧ୍ୟକ୍ଷା ମମିତା ଚୌଧୂରୀ, କ୍ରୀଡା ସଂସଦ ସଂପାଦକ ଜଗନ୍ନାଥ ବେହେରା, ୱାର୍ଡ ନଂ ୨ କାଉସିଲର ଶୁକଦେବ ବେହେରା, ଉପଦେଷ୍ଟା ପ୍ରତାପ ବେହେରା ଓ ଶେଖର ମାଝୀ ପ୍ରମୁଖ ଉପସ୍ଥିତ ଥିଲେ | ମଞ୍ଚାସୀନ ଅତିଥିଗଣ ସୁଚିନ୍ତିତ ବକ୍ତବ୍ୟ ପ୍ରଦାନ କରିଥିଲେ | ଏହାପରେ ଅତିଥିଗଣ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହୋଇଥିବା କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ | ପରିଶେଷରେ ଆନୁଷ୍ଠାନିକ ପତକା ଅବତରଣ କରାଯାଇ ସମାପ୍ତ କରାଯାଇଥିଲା | ଏହି କ୍ରୀଡା ଓ ନୃତ୍ୟ ପ୍ରତିଯୋଗିତା ଦେଖିବା ପାଇଁ ସ୍ଥାନୀୟ ତଥା ଦୂରଦୁରାନ୍ତରରୁ ଲୋକେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ |

Leave A Reply

Your email address will not be published.