ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ରାଜନଗରରେ ବଡ ଅଘଟଣ ପୋଖରୀରେ ବୁଡି ୩ ଶିଶୁ ମୃତ । ରାଜନଗର ବ୍ଲକ ସାତଭାୟା ଗାଁର ୩ଜଣ ଶିଶୁ ପୋଖରୀରେ ଗାଧେଇବା ବେଳେ ବୁଡି ମୃତ୍ୟୁବରଣ କରିଛନ୍ତି । ଆଜି ଦିନ ପ୍ରୟ ୧ଟା ବେଳେ ସେହି ଗାଁର କିଛି ପିଲା ଗାର ଥିବା ଏକ ପୋଖରୀରେ ଗାଧୋଉଥିଲେ । ହଠାତ ସେମାନଙ୍କ ମଧ୍ୟରୁ ୩ ଜଣ ପିଲା ବୁଡି ଯାଇଥିଲେ ।
ସାଙ୍ଗରେ ଗାଧୋଉଥିବା ପିଲାମାନେ ପାଟିକରି ଡାକିବାରୁ ଗାଁ ଲୋକେ ସେମାନଙ୍କୁ ଉଦ୍ଧାର କରିଥିଲେ । ପ୍ରଥମେ ସେହି ପିଲା ମାନଙ୍କୁ ଗୁପ୍ତି ମେଡିକାଲ ଓ ପରେ ରାଜନଗର ଗୋଷ୍ଠୀ ସ୍ାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।