କଟକ ଚଣ୍ଡୀ ମନ୍ଦିରରୁ ଗସ୍ତ ଆରମ୍ଭ କଲେ ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚା ବିଜେପି ନେତ୍ରୀ, ବୁଦ୍ଧିଜୀବୀଙ୍କ ସହ କଲେ ଆଲୋଚନା

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଆଜି 22 ଡ଼ିସେମ୍ବର ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚା ବିଜେପି ନେତ୍ରୀ ଶ୍ରୀମତୀ ଉଷା ବାଜପାୟୀ ଚଣ୍ଡୀ ମନ୍ଦିର ଦର୍ଶନରୁ କଟକ ନଗର ଗସ୍ତ ଆରମ୍ଭ କରିଥିଲେ । ଏହାପରେ ସେ ନେତାଜୀ ସୁବାଷ ବୋଷଙ୍କ ଜନ୍ମସ୍ଥାନରେ ପ୍ରଣିପାତ ଓ ପରିଦର୍ଶନ କରି ଅତ୍ୟନ୍ତ ଅଭିଭୂତ ହୋଇଥିଲେ। ସିଡିଏ ଟ୍ୟାକ୍ସ ବାର ଆସୋସିଏସନରେ ମହିଳା ମୋର୍ଚାର ସମସ୍ତ କାର୍ଯ୍ୟକର୍ତାଙ୍କ ସହ ବୈଠକରେ ଉପସ୍ଥିତ ରହି ମାର୍ଗଦର୍ଶନ କରାଇଥିଲେ। ପରେ ପରେ ସେହିଠାରେ ସେଠାକୁ ଡକାଯାଇଥିବା ବୁଦ୍ଧିଜୀବୀ ମହିଳା ବର୍ଗଙ୍କର ବୈଠକରେ ରାଷ୍ଟ୍ରୀୟ ସମସ୍ୟା ବିଷୟରେ ଚର୍ଚ୍ଚା ଓ ଆଲୋଚନା କରିଥିଲେ।

ଅପରାହ୍ନରେ ମାଛୁଆ ବଜାର ରେ କେନ୍ଦ୍ରସରକାରଙ୍କ ଦ୍ୱାରା ଉପକୃତ ମହିଳା ହିତାଧିକାରୀ ମାନଙ୍କର ଘରକୁ ଯାଇ ଦୁଃଖ ସୁଖ ବୁଝି ଥିଲେ।ମହିଳା ମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀ ପ୍ରବୀଣା ମହାପାତ୍ରଙ୍କ ନେତୃତ୍ୱରେ ହୋଇଥିବା ଏହି କାର୍ଯ୍ୟକ୍ରମରେ କଟକ ନଗର ବିଜେପି ସଭାପତି ଲଲାଟେନ୍ଦୁ ବଡୁ, ବରିଷ୍ଠ ନେତା ନୟନ କିଶୋର ମହାନ୍ତି, ରାଜ୍ୟ ପ୍ରଭାରୀ କାନନବାଳା ପଟନାୟକ,କର୍ପୋରେଟର ଦୀପକ ଦାସ,ଗୀତା ଦାସ,ମନୋରମା ଦାସ, ଅମ୍ବିକା ଦାସ, ବିଷ୍ନୁପ୍ରିୟା ବେହେରା,ସଂଯୁବାଳା ଦାସ,ସଂଯୁକ୍ତା ମିଶ୍ର, ପ୍ରତିମା ସ୍ୱାଇଁ, ସ୍ଵର୍ଣ୍ଣଲତା ସେଠି, ସୁଜାତା ଭରଦ୍ୱାଜ, କଲ୍ୟାଣୀ ମହଲା, ସୁଚିତ୍ରା ସେନାପତି, ସାଗରୀକା ମୁଦୁଲି, ଶର୍ମିଲା ରାଉତ ରାୟ,ସବିତା ବେହେରା, ସନ୍ତୋଷୀ ଚୌଧୁରୀ, ହରପ୍ରିୟା ଧଳ, କବିତା ଦଳେଇ, କ୍ରିଷ୍ଣା ଭୋଳ,ଅଳକା ମହାନ୍ତି,ସୁଚିତ୍ରା ରାୟ, ୱାଇ ୱାଣି,ପାର୍ବତୀ ଘଡେଇ,ମାନସୀ ଦାସ, ରିତା ମହାପାତ୍ର, ଗୀତାଞ୍ଜଳି ସାହୁ,ସ୍ନେହମଞ୍ଜରୀ ମହାନ୍ତି,କଳ୍ପନା ବେହେରା, ରତନ ମହାନ୍ତି, ନିତାଇ ଚରଣ ନନ୍ଦ, ସୁଶାନ୍ତ ମହାନ୍ତି, ସଂଗ୍ରାମ ସିଂ, ସତ୍ୟଭାମା ଘଡେଇ,ଅନୁପମ ଦାସ ପ୍ରମୁଖ ଉପସ୍ଥିତ ଥାଇ କାର୍ଯ୍ୟକ୍ରମ ଗୁଡିକ ବିଭିନ୍ନ ସ୍ଥାନରେ ପରିଚାଳନା କରିଥିଲେ ।

Leave A Reply

Your email address will not be published.