ଶିକାରୀ ଗୁଳିରେ ୩ ଫରେଷ୍ଟ ଗାର୍ଡ ଗୁରୁତର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଶିକାରୀ ଗୁଳିରେ ୩ ଫରେଷ୍ଟ ଗାର୍ଡ ଗୁରୁତର। ବାଲେଶ୍ୱର ଜିଲ୍ଲା ନୀଳଗିରି କୁଳଢିଆ ଅଭୟାରଣ୍ୟରେ ଶିକାରୀ ଗୁଳିରେ ତିନି ଫରେଷ୍ଟ ଗାର୍ଡ ଗୁରୁତର। ତିନି ଜଣ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ ହୋଇଥିବା ବେଳେ ଦୁଇ ଜଣଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଥିବା ଜଣାଯାଇଛି ।

ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ପଞ୍ଚୁଲିଙ୍ଗେଶ୍ଵର ଫରେଷ୍ଟ ବିଟ ରେ ଫରେଷ୍ଟ ଗାର୍ଡ ସିଂରାୟ ଙ୍କ ସହିତ ଦୁଇ ସବୁଜ ବାହିନୀ କର୍ମଚାରୀ ପେଟ୍ରୋଲିଂ କରୁଥିବା ସମୟ ରେ ଶିକାରୀ ମାନେ ଅତର୍କିତ ଭାବେ ଗୁଳିମାଡ କରିଥିଲେ।ଶିକାରୀଙ୍କ ଗୁଳି ମାଡ଼ରେ ତିନି ଜଣ ଫରେଷ୍ଟ ଗାର୍ଡ ଗୁରୁତର ଆହତ ହୋଇ ଥିଲେ।

ଗୁରୁତରଙ୍କୁ ସଙ୍ଗେ ସଙ୍ଗେ ବାଲେଶ୍ୱର ମେଡିକାଲକୁ ପଠାଯାଇଥିଲା।ସେଠାରେ ଦୁଇ ଜଣଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ସେମାନଙ୍କୁ କଟକ ମେଡିକାଲ ସ୍ଥାନାନ୍ତର କରାଯାଇଛି।ବନ ବିଭାଗ ଘଟଣାସ୍ଥଳରୁ ଦୁଇ ଶିକାରୀଙ୍କୁ ଗିରଫ ଗିରଫ କରିଥିବା ଜଣାପଡ଼ିଛି। ଏନେଇ କୁଳଢିଆ ବନବିଭାଗ ତରପରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Leave A Reply

Your email address will not be published.