ଟ୍ରେନ ଲାଇନରେ ରିଲସ କରୁଥିବା ବେଳେ ଟ୍ରେନ ଧକ୍କାରେ ଯୁବକଙ୍କ ମୃତ୍ୟୁ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଟ୍ରେନ ଲାଇନରେ ରିଲସ କରୁଥିବା ବେଳେ ଟ୍ରେନ ଧକ୍କାରେ ଯୁବକଙ୍କ ମୃତ୍ୟୁ। ଟ୍ରେନ୍ ଲାଇନରେ ରିଲ କରିବା ହେଲା କାଳ।ଟ୍ରେନ ଧକ୍କାରେ ଗଲା ଯୁବକଙ୍କ ଜୀବନ।ବାଲେଶ୍ୱର ଜିଲ୍ଲା ସୋର ଥାନା ସବିରା ରେଳ ଷ୍ଟେସନ ନିକଟରେ ଇନଷ୍ଟାଗ୍ରାମରେ ରିଲସ କରୁଥିବା ବେଳେ ଟ୍ରେନ ଧକାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଯାଇଛି |

ସବିରା ରେଳ ଷ୍ଟେସନ ନିକଟ ରେଳ ଧାରଣାରେ ଭଦ୍ରକ ଜିଲ୍ଲା ବାଣିତିଆ ଗାଁର ଅକ୍ଷୟ ପାତ୍ର ତାଙ୍କର ପାଞ୍ଚ ଜଣ ଅନ୍ୟ ସାଥୀଙ୍କ ସହିତ ରିଲସ କରୁଥିଲେ। କିନ୍ତୁ ଏହି ସମୟରେ ସେହି ଲାଇନରେ ଯାଉଥିବା ନୀଳାଚଳ ଏକ୍ସପ୍ରେସ ଅକ୍ଷୟଙ୍କୁ ପଛରୁ ଧକା ଦେଇଥିଲା। ଘଟଣାସ୍ଥଳରେ ଅକ୍ଷୟଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଏହା ଦେଖି ତାଙ୍କ ସହ ଥିବା ଅନ୍ୟ ସାଥୀ ମାନେ ଘଟଣା ସ୍ଥଳରୁ ଚମ୍ପଟମାରିଥିଲେ।

ଅକ୍ଷୟଙ୍କ ଶରୀର ଖଣ୍ଡ ବିଖଣ୍ଡିତ ଅବସ୍ଥାରେ ଚାରିଆଡେ ଛିଟିକି ପଡିଥିବା ଦେଖାଯାଇଛି। ଖବରପାଇ ଆରପିଏଫ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ତଦନ୍ତ କରୁଥିବା ଜଣାପଡିଛି। ତେବେ ଅକ୍ଷୟଙ୍କ ସମେତ ଅନ୍ୟ ଯୁବକ ମାନେ ନିକଟରେ ପଡିଥିବା ଏକ ଯାତ୍ରା ଦଳର ନାଟ୍ୟ କଳାକାର ଭାବେ କାର୍ଯ୍ୟକରୁଥିବା ସ୍ଥାନୀୟ ଲୋକେ ସୂଚନା ଦେଇଛନ୍ତି।

Leave A Reply

Your email address will not be published.