୪୦ ଡିଗ୍ରି ଉପରେ ୩୩ ସହର, ୮ ସହରର ତାପମାତ୍ରା ଟପିଲା ୪୩°

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଜ୍ୟରେ ଗତକିଛି ଦିନ ଧରି ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ସାଢେ ୮ଟା ସୁଦ୍ଧା ୩୬ ଡିଗ୍ରୀ ଟପିଲାଣି ପାରଦ। ୩୬.୨ ଡିଗ୍ରୀ ସହ ଭବାନୀପାଟଣା ଆଜି ସବୁଠୁ ଉତ୍ତପ୍ତ ସହର ପାଲଟିଛି।   ଆଜିଠୁ ଆହୁରି ପ୍ରଚଣ୍ଡ ହେବ ଗ୍ରୀଷ୍ମଲହରି। ସୂର୍ଯ୍ୟଙ୍କ କୋପରେ ଜଳିବ ଉପକୂଳରୁ ଉପାନ୍ତ।ଶୁକ୍ରବାର ଓ ଶନିବାର ଦୁଇ ଦିନ ହିଟୱେଭ୍ ନେଇ ରେଡ୍ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗକେନ୍ଦ୍ର

। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଆଜି ଓ କାଲି ସ୍ୱଭାବିକ ତାପମାତ୍ରାଠାରୁ ଆହୁରି ୩ରୁ ୬ ଡିଗ୍ରୀ ଯାଏ ତାତି ବଢ଼ିପାରେ। ସେଥିପାଇଁ ସିଭିୟର ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଆଜି ପାଇଁ ୯ ଜିଲ୍ଲାକୁ ଏହି ୱାର୍ଣ୍ଣିଂ ଜାରି କରାଯାଇଛି। ସେହିଜିଲ୍ଲାକୁ ଗୁଡ଼ିକ ହେଲା ଗଜପତି, ଗଞ୍ଜାମ, ବାଲେଶ୍ୱର, ମୟୂରଭଞ୍ଜ, ଝାରସୁଗୁଡ଼ା, ଢେଙ୍କାନାଳ, ବଲାଙ୍ଗିର, ନୂଆପଡ଼ା ଓ କଳାହାଣ୍ଡି। ଏହି ସବୁ ଜିଲ୍ଲାରେ ୩୯ରୁ ୪୩° ତାପମାତ୍ରା ରହିବ। ସେହିଭଳି ୧୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।

୨୭ ତାରିଖରେ ମଧ୍ୟ ୧୫ ଜିଲ୍ଲାକୁ ରେଡ୍‌ ଓ ୧୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସବୁ ଜାଗାରେ ସ୍ବାଭାବିକ ଠାରୁ ୩ ରୁ ୬° ଯାଏଁ ତାପମାତ୍ରା ଅଧିକ ରହିବା ସହ ଭୀଷଣ ଗ୍ରୀଷ୍ମ ପ୍ରବାହ ସ୍ଥିତି ଲାଗିରହିବ। ଆଜି ମୟୂରଭଞ୍ଜ, କଟକ, ନୂଆପଡ଼ା, ବାଲେଶ୍ବର, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଗଞ୍ଜାମ, ଖୋର୍ଦ୍ଧା ଓ ନବରଙ୍ଗପୁରରେ ସର୍ବାଧିକ ଗ୍ରୀଷ୍ମପ୍ରବାହ ହୋଇଥିଲା।

Leave A Reply

Your email address will not be published.