ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ନୂଆପଡା ଜିଲ୍ଲା ବୋଡେ଼ନ ଥାନା ଅନ୍ତର୍ଗତ ବୁଢ଼ାପରା ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଅଘଟଣ। ବିଦ୍ୟାଳୟ ନିକଟସ୍ଥ ନାଳପାଣିରେ ବୁଡି ଜଣେ ତୃତୀୟ ଶ୍ରେଣୀର ଛାତ୍ରର ମୃତ୍ୟୁ ଘଟିଛି। ମୃତ ଛାତ୍ର ଜଣକ ହେଲେ ବୁଢ଼ାପରା ଗାଁର ରୁଦ୍ରମାଧବ ଜଗତଙ୍କ ୮ ବର୍ଷର ପୁଅ ରକି ଜଗତ ବୋଲି ଜଣାପଡିଛି ।
ଅପରପକ୍ଷେ, ମୃତଛାତ୍ରଙ୍କ ପରିବାରଙ୍କୁ କ୍ଷତିପୂରଣ ଦେବା ସହ ଦାୟିତ୍ୱରେ ଅବହେଳା ପ୍ରଦର୍ଶନ କରିଥିବା ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ସ୍ଥାନୀୟ ଲୋକମାନେ ସ୍କୁଲ ସମ୍ମୁଖରେ ଧାରଣା ଦେଇଛନ୍ତି।