ବିପନ୍ନଙ୍କୁ କଟୁ କଥା କହି ୪ ଅଧିକାରୀ ନିଲମ୍ବିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାତ୍ୟା ସମୟରେ କାର୍ଯ୍ୟରେ ଅବହେଳା ପାଇଁ ୪ ସରକାରୀ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ୩ ପିଇଓଙ୍କ ସମେତ ଜଣେ ଆରଆଇଙ୍କୁ ନିଲମ୍ବନ ନିର୍ଦ୍ଦେଶ ଦେଇଛନ୍ତି ସରକାର। ଏନେଇ ରାଜସ୍ବ ମନ୍ତ୍ରୀ ସୂରେଶ ପୂଜାରୀ ସୂଚନା ଦେଇଇନ୍ତି। ବାତ୍ୟା ସମୟରେ ନିଲମ୍ବିତ ୪ କର୍ମଚାରୀ ଲୋକଙ୍କୁ କଟୁକଥା କହିଥିବା ଅଭିଯୋଗ ହୋଇଥିଲା। ମାତ୍ର ବିପର୍ଯ୍ୟୟ ସମୟରେ ବିପନ୍ନଙ୍କୁ ଅପମାନିତ କରିଥିବା ୪ ଅଧିକାରୀଙ୍କୁ ତୁରନ୍ତ ନିଲମ୍ବନ କରିଛନ୍ତି ରାଜ୍ୟ ସରକାର।

ଏପରି ଅଭିଯୋଗ ଆସିଲେ କାହାକୁ ବି ଛଡ଼ା ଯିବନି ବୋଲି ଚେତାଇ ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପଚିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ | ସୂଚନା ମୁତାବକ,  ଆଜି ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇ ସେ କହିଛନ୍ତି, ବାତ୍ୟା ଦାନାର ମୁକାବିଲା ସମୟରେ ୪ ଅଧିକାରୀ ନିଜ ଦାୟିତ୍ୱରେ ଖିଲାପ କରିବା ସହ ଲୋକଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଥିଲା। ରାଜ୍ୟ ସରକାର ଘଟଣାର ସତ୍ୟାସତ୍ୟ ଯାଞ୍ଚ କରି ସେମାନଙ୍କୁ ନିଲମ୍ବନ କରିଛନ୍ତି। ସେମାନଙ୍କ ମଧ୍ୟରେ ୩ ପିଇଓ ଓ ଜଣେ ଆରଆଇ ଅଛନ୍ତି। ଏଥିସହ ଆଉ କିଛି ଅଧିକାରୀଙ୍କ ବିରୋଧରେ ବି ସମାନ ଅଭିଯୋଗ ଆସିଛି।

ଯାଞ୍ଚ ପରେ ଏହା ସତ ବୋଲି ପ୍ରମାଣିତ ହେଲେ ତୁରନ୍ତ ସେମାନଙ୍କ ବିରୋଧରେ ବି ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି। ବାତ୍ୟା ‘ଦାନା’ ମଧ୍ୟରେ ଭିତରକନିକା ଓ ଧାମରା ମଧ୍ୟବର୍ତ୍ତୀ ଅଞ୍ଚଳରେ ଲ୍ୟାଣ୍ଡଫଲ୍‌ ହୋଇଛି। ବାତ୍ୟା ମୁକାବିଲାରେ ଆମେ ସମ୍ପୂର୍ଣ୍ଣ ସଫଳତା ହାସଲ କରିଛୁ। ହସ୍ତଗତ ହୋଇଥିବା ତଥ୍ୟ ଅନୁଯାୟୀ ଆମେ ଆମର ‘ଜିରୋ କାଜୁଆଲ୍ଟି’ ଲକ୍ଷ୍ୟ ହାସଲ କରିଛୁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ବାତ୍ୟା ପରବର୍ତ୍ତୀ କ୍ଷୟକ୍ଷତି ଆକଳନ କରିବା ପାଇଁ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି କାର୍ଯ୍ୟରେ ନିୟୋଜିତ ଥିବା ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ପରିସ୍ଥିତି ଉପରେ ନଜର ରଖିଛନ୍ତି। ସରକାର ଓ ପ୍ରଶାସନର ତତ୍ପରତା ଯୋଗୁ ପ୍ରାୟତଃ କ୍ଷୟକ୍ଷତି ଘଟିନାହିଁ।

Leave A Reply

Your email address will not be published.