ଚାଚା ନେହେରୁ ଯୁବକ ସଂଘ ତରଫରୁ ୪୮ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଚାଚା ନେହେରୁ ଯୁବକ ସଂଘ ତରଫରୁ ୪୮ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା | ରାଇରଙ୍ଗପୁର ସହରସ୍ତ ଅଳାଁଡୁବା ସ୍ଥିତ ଚାଚା ନେହେରୁ ଯୁବକ ସଂଘ ତରଫରୁ ୪୮ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି |

ଏଥିରେ ବାଳକବାଳିକା ମଧ୍ୟରେ ଦୌଡ ୨୦୦ ମିଟର, ୪୦୦ ମିଟର ଓ ୮୦୦ ମିଟର, ଅଙ୍କକଷା, ସାଧାରଣ ଜ୍ଞାନ, କୋକ ଫାଇଟ, ଚାମୁଚ ଓ ଗୋଲି, ମ୍ୟୁଜିକ ଚେୟାର , ବୟସ ବାଳକ ମାନଙ୍କ ମଧ୍ୟରେ ୧୫୦୦ ମିଟର ଦୌଡ, ମହିଳାମାନଙ୍କ ମଧ୍ୟରେ କଳସ ବୁହା, ବରେଇ ଟଣା ଏବଂ ଆଦିବାସୀ ଡିସକୋ ଡ୍ୟାନସ୍ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ହୋଇଥିଲା | ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଖୁର୍ବ ଆନନ୍ଦ ଉତ୍ସାହ ଓ ଶାନ୍ତିଶୃଙ୍ଖଳା ସହିତ କ୍ରୀଡା ସମାପନ ହୋଇଛି | ଏଥିରେ କୃତୀ ପ୍ରତିଯୋଗୀମାନଙ୍କୁ ଆକର୍ଷଣୀୟ ପୁରସ୍କାର ପ୍ରଦାନ କରାଯାଇଥିଲା | ଏହି ଭବ୍ୟ କ୍ରୀଡା ପ୍ରତିଯୋଗିତା ରେ ରାଇରଙ୍ଗପୁର ମ୍ୟୁନିସିପାଲିଟି ଅଧିନସ୍ତ ୱାର୍ଡ ନଂ ୯ କାଉସିଲର ଦେବାଶିଷ ନାୟକ ଓ ୱାର୍ଡ ନଂ ୧୦ କାଉସିଲର ଆଲୋକ ମହାନ୍ତ ଉପସ୍ଥିତ ରହିଥିଲେ |

ଏଥିରେ ସଂଘର ସଭାପତି ଦୋଳଗୋବିନ୍ଦ ମହାନ୍ତ, ସଂପାଦକ ହେମନ୍ତ ମହାନ୍ତ, କୋଷାଧ୍ୟକ୍ଷ ରାଜୀବ ରତନ ମହାନ୍ତ, କାର୍ଯ୍ୟକାରୀ ସଦସ୍ୟଗଣ ବିକାଶ ମହାନ୍ତ, ଅର୍ଜୁନ ମହାନ୍ତ, ଅପୁ ପଟ୍ଟନାୟକ, ସଦାନନ୍ଦ ଦାସ, ସଂଦୀପ ଦାସ, କୃପାସିନ୍ଧୁ ମହାନ୍ତ, ସାଜନ ମହାନ୍ତ, ଟୁନା ବେହେରା , ହେମନ୍ତ ମହାନ୍ତ, ବିନୟ କୁମାର ମହାନ୍ତ, ଚନ୍ଦ୍ରୁ ମହାନ୍ତ, ମହାଦେବ ମହାନ୍ତ, ଲୁଡଗୁ ମହାନ୍ତ, ବିଜୁ ମହାନ୍ତ ଓ ଅଭିନାଶ ମହାନ୍ତ ପ୍ରମୁଖ ଯୋଗଦାନ କରିଥିଲେ | ଏହି କ୍ରୀଡା ଶେଷରେ ଆଦିବାସୀମାନଙ୍କର ନୃତ୍ୟ ସ୍ଥାନୀୟ ତଥା ଦୂରଦୁରାନ୍ତର ଲୋକମାନଙ୍କୁ ବେଶ ଆନନ୍ଦପ୍ରମୋଦ କରିଥିଲା |

Leave A Reply

Your email address will not be published.