ଲେପ୍ରାସୋସାଇଟି ଦ୍ବାରା ଜାତୀୟ କୁଷ୍ଠ ଦିବସ ପାଳିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଲେପ୍ରାସୋସାଇଟି ଦ୍ବାରା ଜାତୀୟ କୁଷ୍ଠ ଦିବସ ପାଳିତ| ଲେପ୍ରାସୋସାଇଟି ଏବଂ ଗୋରୁମହିଷାଣୀ , ତିରିଙ୍ଗ, ବହଳଦା, ଜାମଦା, ବିଜାତଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମିଳିତ ସହଯୋଗରେ ଉକ୍ତ ବ୍ଲକର ବିଭିନ୍ନ ସ୍ଥାନରେ ଜାତୀୟ କୁଷ୍ଠ ଦିବସ ପାଳିତ ହୋଇଯାଇଛି | ଏହି ଅବସରରେ ରାଇରଙ୍ଗପୁର ବ୍ଲକର ଗୋରୁମହିଷାଣୀ ଠାରେ ଲେପ୍ରାକର୍ମୀ, ଆଶାକର୍ମୀ, ସ୍ବାସ୍ଥ୍ୟକର୍ମୀ ଓ ସ୍ବୟଂ ସହାୟକ ଗୋଷ୍ଠୀଙ୍କ ପରିଚାଳନାରେ ପ୍ରାୟ ଶତାଧିକ ମହିଳାଙ୍କୁ ନେଇ ବିରାଟ ଶୋଭାଯାତ୍ରା କରି ଲୋକମାନଙ୍କୁ ସଚେତନ କରିଥିଲେ |

ଉକ୍ତ ଭବ୍ୟ କାର୍ଯ୍ୟକ୍ରମରେ ଗୋରୁମହିଷାଣୀ ସ୍ବାସ୍ଥ୍ୟ କେନ୍ଦ୍ରର ଚିକିତ୍ସା ଅଧିକାରୀ ଡାକ୍ତର ଛବିରାଣୀ ନାୟକ ଏବଂ ପି ଏଚ୍ ଇ ଓ ଭଜୁ ହେମ୍ବ୍ରମ ସବୁଜ ପତାକା ଦେଖାଇ ଶୁଭ ଉଦଘାଟନ କରିଥିଲେ | ଉକ୍ତ ଦିବସ ପରିପ୍ରେକ୍ଷୀରେ ତିରିଙ୍ଗ ବ୍ଲକ ର ଭୋଳାଗଡିଆ ଠାରେ ୨୦ ଜଣ କୁଷ୍ଠ ଆକ୍ରାନ୍ତ ଭିନ୍ନୟମ ବ୍ୟକ୍ତିଙ୍କୁ ନେଇ ଏକ ସ୍ବଯତ୍ନ ଶିବିର ଅନୁଷ୍ଠିତ ହୋଇଯାଇଛି | ଉକ୍ତ ଶିବିରରେ ସମସ୍ତ କୁଷ୍ଠ ଆକ୍ରାନ୍ତ ବ୍ୟକ୍ତିଙ୍କୁ ମାଗଣାରେ ଏମ ସି ଆର୍ ଚପଲ, ସ୍ବଯତ୍ନ କିଟ୍ ଏବଂ ଶୀତବସ୍ତ୍ର କମ୍ବଳ, ବ୍ଲକ ଅଧ୍ୟକ୍ଷ ଶ୍ରୀ ପରମେଶ୍ବର ସାମାଡ ଏବଂ ତିରିଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଚିକିତ୍ସା ଅଧିକାରୀ ନରେନ୍ଦ୍ର ନାଥ ମୁର୍ମୁଙ୍କ ସହାୟତାରେ ବଣ୍ଟନ କରାଯିବା ସହିତ ବଧିରା ହାତ, ପାଦର କିପରି ଯତ୍ନ ନେବେ ଲେପ୍ରାସୋସାଇଟିର କର୍ମୀମାନେ ଶିକ୍ଷା ପ୍ରଦାନ କରିଥିଲେ |

ବହଳଦା, ତିରିଙ୍ଗ, ଜାମଦା, ବିଜାତଳା ବ୍ଲକର ୪ଟି ଉଚ୍ଚ ବିଦ୍ୟାଳୟ ଏବଂ ଗୋଟିଏ ମହାବିଦ୍ୟାଳୟରେ ପାଞ୍ଚ ଶହ ଛାତ୍ରଛାତ୍ରୀଙ୍କୁ କୁଷ୍ଠ ରୋଗ ଉପରେ ସଚେତନ କରିବା ସହିତ କୁଇଜ୍ ପ୍ରତିଯୋଗିତା କରାଯାଇ ପ୍ରଥମ, ଦ୍ବିତୀୟ ଓ ତୃତୀୟ ହୋଇଥିବା କୃତୀ ପ୍ରତିଯୋଗୀମାନଙ୍କୁ ଲେପ୍ରାସୋସାଇଟିର କର୍ମୀ, ପ୍ରଧାନଶିକ୍ଷକ ଏବଂ ଶିକ୍ଷକମାନଙ୍କ ମିଳିତ ସହଯୋଗରେ ପୁରସ୍କୃତ କରାଯାଇଥିଲା |

Leave A Reply

Your email address will not be published.