ମହିଳା ମହାବିଦ୍ୟାଳୟରେ ସହୀଦ ଦିବସ ପାଳିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ମହିଳା ମହାବିଦ୍ୟାଳୟରେ ସହୀଦ ଦିବସ ପାଳିତ | ମହିଳା ମହାବିଦ୍ୟାଳୟରେ ସହୀଦ ଦିବସ ପାଳିତ ହୋଇ ଯାଇଛି ଅଧ୍ୟକ୍ଷ ରବିଶଙ୍କର ସତପଥିଙ୍କ ମାର୍ଗଦର୍ଶନ ଓ ଆବାହକ ବିଜୟ କୁମାର ରାମଙ୍କ ତତ୍ତ୍ବାବଧାନରେ ଆୟୋଜିତ | ଏହି କାର୍ଯ୍ୟକ୍ରମରେ ଶତାଧିକ ଛାତ୍ରୀମାନେ ଉପସ୍ଥିତ ରହି ଆୟୋଜିତ କାର୍ଯ୍ୟକ୍ରମରେ ସର୍ବ ପ୍ରଥମେ ମହାତ୍ମାଗାନ୍ଧୀଙ୍କ ଫୋଟୋଚିତ୍ରରେ ପୁଷ୍ପମାଲ୍ଯ ଓ ଦୀପପ୍ରଜ୍ବଳନ ପରେ ସହୀଦ ମାନଙ୍କ ଆତ୍ମଶାନ୍ତି ନିମନ୍ତେ ଏକ ମିନିଟର ଏକ ମୌନ ପ୍ରାର୍ଥନା ଅନୁଷ୍ଠିତ କରିଥିଲେ।

ଡାକ୍ତର ରାଜେନ୍ଦ୍ର ମଣ୍ଡଳ ସହୀଦ ଦିବସ ର ପ୍ରଭାବ ଉପରେ ବକ୍ତବ୍ଯ ରଖିଥିଲେ। ଦେବସ୍ମୀତା ସରଘରିଆ, ଶ୍ୟାମ ମଣ୍ଡଳ, କାର୍ମି ହାଁସଦା ତାଙ୍କର ବକ୍ତବ୍ଯ ରଖିଥିଲେ। ଅନ୍ଯମାନଙ୍କ ମଧ୍ୟରେ ଯଶୋଧରା ମହାନ୍ତ,ରେଣୁକା ମହାନ୍ତ ,ଶୁଭଦର୍ଶିନି ମିଶ୍ର, ପାନଶରି ଟୁଡୁ,ପ୍ରିୟଦର୍ଶିନୀ ବେହେରା,ତରୁଣ ମହାନ୍ତ, ଅମିତ ଗୋପାଳ, ସାଲୁ ମୁର୍ମୁ ସହଯୋଗ କରିଥିଲେ।

ଛାତ୍ରୀମାନଙ୍କ ମଧ୍ଯରେ ଅପର୍ଣାଶ୍ରୀ ମଣ୍ଡଳ, ରେବତୀ ପାତ୍ର, ତୁଳସୀ ପାତ୍ର, ଅଙ୍କିତା ପ୍ରିୟଦର୍ଶନୀ ପାତ୍ର, ପୁନମ ହେମ୍ଭ୍ରମ, ପାର୍ବତୀ ପାତ୍ର, ଛିତା ସୋରେନ, କବିତା ନାଏକ, ସିନ୍ଗୋ ସରସ୍ଵତୀ ହେମ୍ଭ୍ରମ, ଜ୍ଯୋତିର୍ମୟୀ ବେହେରା, ଦେବସ୍ମୀତା ମହାନ୍ତ, ଦିପ୍ତିଲତା ମହାନ୍ତ, ଦିପ୍ତିରେଖା ମହାନ୍ତ ସହଯୋଗ କରିଥିଲେ।

Leave A Reply

Your email address will not be published.