ଉନ୍ମୋଚନ ହେଲା ସେବାସ୍ତମ୍ବର କ୍ୟାଲେଣ୍ଡର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଉନ୍ମୋଚନ ହେଲା ସେବାସ୍ତମ୍ବର କ୍ୟାଲେଣ୍ଡର | ରାଇରଙ୍ଗପୁର ଅଖିଳ ଭାରତୀୟ ଅନୁସୂଚିତ ଜାତି, ଜନଜାତି,ପଛୁଆବର୍ଗ ଓ ସଂଖ୍ୟାଲଘୁ କର୍ମଚାରୀ କଲ୍ୟାଣ ମହାସଂଘ ‘ସେବାସ୍ତମ୍ବ’ ମୟୁରଭଞ୍ଜ ଜିଲ୍ଲା ଶାଖା ରାଇରଙ୍ଗପୁରର 2024 ପାଇଁ କ୍ୟାଲେଣ୍ଡର ଓ ଏକ୍ସନ ପ୍ଲାନ ସ୍ଥାନୀୟ ଶିକ୍ଷକ ଭବନରେ ଉନ୍ମୋଚିତ ହୋଇ ଯାଇଛି। ଜିଲ୍ଲା ସଭାପତି ପ୍ରତାପ ଚନ୍ଦ୍ର ହେମ୍ଭ୍ରମଙ୍କ ସଭାପତିତ୍ବ ରେ ଆୟୋଜିତ |

ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ବିଜୟ ରାମ ଓ ରାଷ୍ଟ୍ରୀୟ ସଂପାଦକ ମୋଚିରାମ ମାଝୀ ଉପସ୍ଥିତ ରହି ଅନ୍ଯାନ୍ଯ ସଦସ୍ଯ ମାନଙ୍କ ସହିତ ଏହି କ୍ୟାଲେଣ୍ଡର ଉନ୍ମୋଚିତ କରିଥିଲେ ଯାହା ବର୍ଷ 2024 ର ରୁପରେଖ ପ୍ରସ୍ତୁତ କରେ।ପ୍ରତାପ ଚନ୍ଦ୍ର ହେମ୍ଭ୍ରମ ସ୍ବାଗତ ସଂଭାଷଣ ପ୍ରସ୍ତୁତ କରି ଏହି କ୍ୟାଲେଣ୍ଡରର ଆଶୟ ସ୍ପଷ୍ଟ କରିଥିଲେ। ବିଜୟ ରାମ ଏହି ପଦକ୍ଷେପ ପାଇଁ ସେବାସ୍ତମ୍ବ ମୟୁରଭଞ୍ଜ ର ଉଚ୍ଚ ପ୍ରଶଂସା କରଥିଲେ। ମୋଚିରାମ ମାଝୀ ପ୍ରତେକ ସରକାରି ଟେବୁଲ ରେ ସେବାସ୍ତମ୍ବ ର କ୍ୟାଲେଣ୍ଡର ପହଞ୍ଚାଇବା ପାଇଁ ଆହ୍ବାନ ଦେଇ ଥିଲେ।ଡାକ୍ଟର ରମେଶ ଚନ୍ଦ୍ର ମାରାଣ୍ଡି ବାର୍ଷିକ ଏକ୍ସନ ପ୍ଲାନ ର ତାତ୍ପର୍ଯ୍ୟ ଆଲୋକପାତ କରିଥିଲେ।

ରବିନ୍ଦ୍ର ମୁଖୀ, ଗୋପାଲ କୃଷ୍ଣ ମହାନ୍ତି,ସଂତୋସୀ ରାମ, ଜଗତ ଚନ୍ଦ୍ର ମାଝି,ମୋଅତ୍ତର ହୁସେନ, ହେମ ମାଝି,ବାଜଲ ମୁର୍ମୁ, ଡାକ୍ତର ସାଗରାମ ଟୁଡୁ,ବିଭୁତିଭୁଷଣ ପାତ୍ର, ଦୀନବନ୍ଧୁ ଗିରି,ଗଙ୍ଗାମଣି ମାଝି, ଦୁଖିଶ୍ଯାମ ମାଝି, ଯୋଗେଶ୍ବର ଚାତାର, ଓ ଅନ୍ଯାନ୍ଯ ସଦସ୍ଯ ମାନଙ୍କ ଉପସ୍ଥିତ ରେ ଏହି କାର୍ଯ୍ୟକ୍ରମଟି ସାଫଲ୍ଯମଣ୍ଡିତ ହୋଇ ଥିଲା। ଗୋପାଳ କୃଷ୍ଣ ମହାନ୍ତିଙ୍କ ବକ୍ତବ୍ଯ ପରେ ଧନ୍ୟବାଦ ଅର୍ପଣ ସହିତ ସଭା ଶେଷ ହୋଇ ଥିଲା।

Leave A Reply

Your email address will not be published.