ଏହି ପାଞ୍ଚ ପ୍ରକାରର ମଞ୍ଜି ଆପଣଙ୍କ ଓଜନ ହ୍ରାସ କରିପାରେ

0

ମୋଟାପା କିମ୍ବା ଓଜନ ବୃଦ୍ଧି ଅନେକ ଲୋକଙ୍କ ବଡ ସମସ୍ୟା | ଓଜନ ବୃଦ୍ଧି ଶରୀର ପ୍ରତି କଦାପି ଉପଯୋଗୀ ନୁହେଁ | ଖାଦ୍ୟ ଖାଇବା ଅଭ୍ୟାସ ଏବଂ ଜୀବନ ସଇଳୀ ପ୍ରତି ଧ୍ୟାନ ନ ଦେବା ଆପଣଙ୍କ ଶରୀର ଏବଂ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ | ସେଥିପାଇଁ ପ୍ରଚୁର ଫଳ, ପନିପରିବା, ସୁଷମ ଖାଦ୍ୟ ଏବଂ ପାନୀୟ ଜଳ ଆହାର କରିବା ନିହାତି ଜରୁରି | ଆଜି ଆମେ ଆପଣଙ୍କୁ କିଛି ଏମିତି ମଞ୍ଜି ବିଷୟରେ କହିବୁ ଯାହା ଆପଣଙ୍କୁ ସେହି ଅତିରିକ୍ତ ଚର୍ବି କିମ୍ବା ମୋଟାପା ରୁ ମୁକ୍ତି କରିବାରେ ସାହାଯ୍ୟ କରିପାରିବ | ଚିଆ ମଞ୍ଜି, ଫ୍ଲେକ୍ସସିଡ୍, କଖାରୁ ମଞ୍ଜି, ହେମ୍ପ ମଞ୍ଜି ଓ ସୂର୍ଯ୍ୟମୁଖୀ ମଞ୍ଜି ଏହି ପାଞ୍ଚ ପ୍ରକାରର ମଞ୍ଜି ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ | ଆଉ ଭୟ କର ନାହିଁ କାରଣ ଏହି ପାଞ୍ଚଟି ମଞ୍ଜି ଆପଣଙ୍କୁ ଚର୍ବି କମ କରିବାରେ ଏବଂ ମାଂସପେଶୀ ଗଢିବାରେ ସାହାଯ୍ୟ କରିଥାଏ | ଏହି କ୍ଷୁଦ୍ର ସୁପର ଖାଦ୍ୟଗୁଡ଼ିକୁ ତୁମର ସକାଳର ଖାଦ୍ୟରେ କିମ୍ବା ସାଲାଡ ରେ ପକାଇ ଖାଇପାରିବେ |

1. କଖାରୁ ମଞ୍ଜି


କଖାରୁ ମଞ୍ଜିରେ ଅଧିକ ଜିଙ୍କ ଥାଏ, ଯାହା ଚର୍ବି କବାଇବାରେ ସାହାଯ୍ୟ କରିଥାଏ | ଜିଙ୍କ ଶରୀରକୁ ଅଧିକ ଟେଷ୍ଟୋଷ୍ଟେରନ୍ ଉତ୍ପାଦନ କରିବାରେ ସାହାଯ୍ୟ କରେ ଯାହା ଆପଣଙ୍କୁ ମାଂସପେଶୀ ଗଢିବାରେ ସାହାଯ୍ୟ କରିଥାଏ | ହଜମ ପ୍ରକ୍ରିୟା ଗତିବିଧିକୁ ସୁନିଶ୍ଚିତ କରିବା ପାଇଁ ଫାଇବର ଜରୁରୀ ଅଟେ ଏବଂ ଖୁସି ଖବର ହେଉଛି ଯେ କଖାରୁ ପ୍ରତି ଶହେ ଗ୍ରାମରେ ଅଧା ଗ୍ରାମ ଫାଇବର ଥାଏ |

2. ସୂର୍ଯ୍ୟମୁଖୀ ମଞ୍ଜି

ସୂର୍ଯ୍ୟମୁଖୀ ମଞ୍ଜି ଭିଟାମିନ୍ ଇ ରେ ପରିପୂର୍ଣ୍ଣ, ଯାହା ଏକ ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ ଭାବରେ କାର୍ଯ୍ୟ କରିଥାଏ | ଏଗୁଡିକ ସାଲାଡ କିମ୍ବା ସୁପ୍ ରେ ମିଶାଇ ଖାଇ ପାରିବେ | ସୂର୍ଯ୍ୟମୁଖୀ ମଞ୍ଜି ରେ ମ୍ୟାଗ୍ନେସିୟମ୍ ଭାରି ହୋଇ ରହିଛି ଯାହା ଆପଣଙ୍କୁ ଅଧିକ କ୍ୟାଲୋରୀ ଲସ ହେବାରେ ସାହାଯ୍ୟ କରିଥାଏ |

3. ଫ୍ଲେକ୍ସସିଡ୍

ଫ୍ଲେକ୍ସସିଡ୍ ଉଭୟ ପ୍ରୋଟିନ୍ ଏବଂ ଫାଇବରରେ ଭରପୂର ଥିବାରୁ ଏହା ଓଜନହ୍ରାସ କରିବାରେ ସହାୟକ ହୋଇଥାଏ | ଏହା ବ୍ୟତୀତ, ଫ୍ଲେକ୍ସସିଡ୍ ରେ ଥିବା ଓମେଗା -3 ଶୀଘ୍ର ଚର୍ବି ହ୍ରାସ କରିବା ରେ ସାହାଯ୍ୟ କରେ ଏବଂ ଶରୀରରେ ଇନସୁଲିନ୍ ସ୍ତରକୁ ନିୟନ୍ତ୍ରଣ କରିଥାଏ |

4. ଚିଆ ମଞ୍ଜି
ଚିଆ ମଞ୍ଜି ଫାଇବର, ମ୍ୟାଗ୍ନେସିୟମ୍, ପୋଟାସିୟମ୍, iron ରେ ପରିପୂର୍ଣ୍ଣ ଯାହା ଚର୍ବି କମ୍ କରିବା ରେ ସାହାଯ୍ୟ କରେ | ଚିଆ ମଞ୍ଜି ଖାଇବା ହେତୁ ଭୋକ କାମ ଲାଗେ ଏବଂ ଏହା ଶରୀର କୁ ଶକ୍ତି ପ୍ରଦାନ କରେ |

5. ହେମ୍ପ ମଞ୍ଜି


ଏହି ମଞ୍ଜିଗୁଡ଼ିକ ଓଜନ ହ୍ରାସ ଏବଂ ମସ୍ତିଷ୍କ କାର୍ଯ୍ୟ ପାଇଁ ବହୁତ ଭଲ | ତିନି ଚାମଚ ହେମ୍ପ ମଞ୍ଜି ରେ ପ୍ରାୟ ବାର ଗ୍ରାମ ପ୍ରୋଟିନ୍ ଥାଏ | ଯାହା ମାଂସପେଶୀ ବୃଦ୍ଧିରେ ସାହାଯ୍ୟ କରେ ଏବଂ ଓମେଗା 3, ଯାହା ଶରୀରର ଚର୍ବି ହ୍ରାସ କରିବାରେ ସାହାଯ୍ୟ କରେ |

Leave A Reply

Your email address will not be published.