ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାଲେଶ୍ୱର ଜିଲ୍ଲା ନୀଳଗିରି- ମିତ୍ରପୁର- ରେମୁଣା ରାସ୍ତା ପାଲଟିଛି ମରଣଯନ୍ତା। ମିତ୍ରପୁର ରେ ୬ ଘଣ୍ଟିଆ ହରତାଳ।ନୀଳଗିରି ଉପଖଣ୍ଡସ୍ଥ ମିତ୍ରପୁର -ନୀଳଗିରି – ରେମୁଣା ରାସ୍ତା ନିର୍ମାଣରେ ଅହେତୁକ ବିଳମ୍ବ କୁ ନେଇ, ମିତ୍ରପୁର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି ମିତ୍ରପୁର ଛକ ରେ ୬ ଘଣ୍ଟିଆ ଶାନ୍ତିପୂର୍ଣ୍ଣ ହରତାଳ କରାଯାଇଛି। ମିତ୍ରପୁର ବଜାର ବନ୍ଦ ସହିତ ରାସ୍ତା ରୋକ ମିତ୍ରପୁର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କରାଯାଇଛି।ସୂଚନା ରୁ ଜଣାଯାଇଛି, ଉକ୍ତ ରାସ୍ତା କାର୍ଯ୍ୟଟି ନୀଳଗିରି ପୂର୍ତ୍ତ ବିଭାଗ ଦ୍ଵାରା ସମ୍ପାଦନ କରାଯାଉଥିବା ବେଳେ, ଦୀର୍ଘ ୬ ମାସ ମଧ୍ୟରେ ମିତ୍ରପୁର ବଜାର ମଧ୍ୟ ସ୍ଥଳୀରେ ଡ୍ରେନ ଓ ରାସ୍ତା ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ମନ୍ଥର ଗତିରେ ଚାଲିଛି ।
ରାସ୍ତା ନିର୍ମାଣ ର କୌଣସି ସୂଚନା ଫଳକ ନଥିବା ବେଳେ, ଠିକା ସଂସ୍ଥା ର ମାଲିକ କିମ୍ବା କୈ।ଣସି ସରକାରୀ ଅଧିକାରୀ ଙ୍କ କାର୍ଯ୍ୟ କ୍ଷେତ୍ର ରେ କେବେ ଦେଖା ଯାଇ ନାହିଁ।ଅନ୍ୟ ପକ୍ଷରେ, ରାସ୍ତାର ଦୁଇ ପାର୍ଶ୍ୱରେ ଚାଲିଥିବା ଅଧାପନ୍ତରିଆ ଅସମ୍ପୂର୍ଣ୍ଣ ଡ୍ରେନ ପାଇଁ, ବର୍ଷା ଜଳ ନିଷ୍କାସନ ହୋଇ ନପାରି ବଜାର ବୁଡ଼ି ଯାଉ ଥିବା ଅଭିଯୋଗ ହୋଇଛି ।ଆଂଶିକ ସ୍ଲାପ ପଡ଼ିଥିବାରୁ ଡ୍ରେନ ରେ ଗୃହପାଳିତ ପଶୁ ଓ ସ୍କୁଲ ପିଲା ଙ୍କ ଯିବାଆସିବା ବିପଦ ସଂକୁଳ ହୋଇ ପଡ଼ିଛି | ରାସ୍ତା ମଝିରେ ଥିବା ବିଦ୍ୟୁତ ଖୁଣ୍ଟି ସ୍ଥାନାନ୍ତରିତ ଓ ଗଛ କଟା ନ ହେବାରୁ, ଦୁର୍ଘଟଣା ଘଟି ଧନ ଜୀବନ ନଷ୍ଟ ହେବାର ନଜିର ଅଛି ।ଆଜିର ଏହି ଧର୍ମଘଟ ସମୟ ରେ, ପୂର୍ତ୍ତ ବିଭାଗ ଉପଖଣ୍ଡ ଅଧିକାରୀ, ସଂପୃକ୍ତ କନିଷ୍ଟ ଯନ୍ତ୍ରୀ ଧର୍ମ ଘଟ ସ୍ଥଳ ରେ ପହଞ୍ଚି, ରାସ୍ତା ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରାଯିବା ପାଇଁ ପ୍ରତିଶ୍ରୁତି ଦେବା ସହିତ ବନ ବିଭାଗ, ବିଦ୍ୟୁତ ବିଭାଗ, ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ର ସମ୍ମନ୍ଵୟ ଅଭାବ ରୁ ଏପରି ସ୍ଥିତି ଉପୁଜିଥିବା କୁହାଯାଇଛି।
ରାସ୍ତା ନିର୍ମାଣ ପାଇଁ, ସମସ୍ତ ଙ୍କ ସହଯୋଗର ଆବଶ୍ୟକତା ନିଶ୍ଚିତ ଦରକାର।ତେବେ, ତୁରନ୍ତ ରାସ୍ତା ନିର୍ମାଣ ପାଇଁ, ଧର୍ମଘଟରେ ଉକ୍ତ କମିଟି ସହିତ ବଜାର କମିଟି, ଦୁର୍ଗାପୂଜା କମିଟି, ସ୍ୱାସ୍ଥ୍ୟ ସେବା କମିଟି, ରଥଯାତ୍ରା କମିଟି, ଟ୍ରକ ମାଲିକ ସଂଘ, କ୍ରସର ଓ ଖାଦାନ ମାଲିକ ସଂଘ ଏଥିରେ ସାମିଲ ହୋଇଥିବା ଦେଖାଯାଇଛି । ଅନ୍ୟ ମାନଙ୍କ ମଧ୍ୟରେ ଷ୍ଟାଲିନ ମିଶ୍ର, ବିଜୟ ଆଚାର୍ଯ୍ୟ, ଜୟନ୍ତ ବିଶ୍ୱାଳ, ପଞ୍ଚାନନ ଲେଙ୍କା, ଜୀବନ ଗୋସ୍ୱାମୀ, ଅଜୟ ଧଳ, କାର୍ତ୍ତିକ ଦାସ, ଜେନି ସାହା, ଅଗଣି ସାହୁ, ପ୍ରମୋଦ ମୁଦୁଲି, ସଞ୍ଜୟ ମହାପାତ୍ର, ଟୁଙ୍ଗୁରୁ ମଲ୍ଲିକ ପ୍ରମୁଖ ବହୁ ବ୍ୟକ୍ତି ,ଉକ୍ତ ଧର୍ମଘଟରେ ସାମିଲ ହୋଇଥିବା ଦେଖାଯାଇଛି।