ସୁନା ଚୋରି ନେଇ ସୋର ଥାନାରେ ଅଭିଯୋଗ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):ବାଲେଶ୍ୱର ଜିଲ୍ଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଦହିସଡା ଗଳାପୋଲ ନିକଟରେ ୩ ଜଣ ଯୁବକଙ୍କ ନିକଟରୁ ସୁନା ଗହଣା ଚୋରି ହୋଇଥିବା ନେଇ ସୋର ଥାନାରେ ଅଭିଯୋଗ ହୋଇଛି।

ସୂଚନା ଅନୁସାରେ ସୋର ପୌରପାଳିକା ଅନ୍ତର୍ଗତ ବଢ଼େଇ ସାହି ଗ୍ରାମର ସ୍ମୃତିରଞ୍ଜନ ଦାସ, ଶୁଭ୍ରାଂଶୁ ବେହେରା,ସଚ୍ଚିଦାନନ୍ଦ ରାଉତ କୌଣସି କାମରେ ଶେରଗଡ଼ ଯାଇ ରାତିରେ ନିଜ ଘରକୁ ବାଇକରେ ଫେରୁଥିବା ବେଳେ ଚାରି ଜଣ ଯୁବକ ଦହିସଡା ପୋଲ ନିକଟରେ ଦୁଇଟି ବାଇକରେ ଆସି ତାଙ୍କୁ ଅଟକାଇଥିଲେ। ବାଇକ ଅଟକିବା ପରେ ଦୁର୍ବୁର୍ତ୍ତ ମାନେ ତିନି ଜଣଙ୍କୁ ଖୁରରେ ଆକ୍ରମଣ କରି ତାଙ୍କ ନିକଟରୁ ଦୁଇଟି ସୁନାଚେନ ସମେତ ଏକ ସୁନା ଲକେଟକୁ ଲୁଟି ନେଇ ଯାଇଥିଲେ।

ଲୁଟର ଶିକାର ହୋଇଥିବା ଯୁବକ ମାନେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସେଠାରୁ ଆସି ସୋର ଥାନାରେ ପହଂଚିବା ପରେ ପୁଲିସ ଆହତଙ୍କୁ ନେଇ ସୋର ମେଡ଼ିକାଲରେ ଚିକିତ୍ସା କରାଇଥିଲେ। ଚିକିତ୍ସିତ ହୋଇ ଯୁବକ ମାନେ ସୋର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.