ଯବାନଙ୍କ ଗୁଳିରେ ଟଳିପଡିଲେ ୬ ନକ୍ସଲ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଛତିଶଗଡ ବିଜାପୁରରେ ପୋଲିସ ଏବଂ ନକ୍ସଲ ମୁହାଁମୁହିଁ। ସୁରକ୍ଷକର୍ମୀଙ୍କ ଗୁଳିରେ ୬ ନକ୍ସଲ ନିହତ । ବିଜାପୁର ଜିଲ୍ଲା ଚୁକୁରବାଟି ପୁସବାକା ନିକଟ ଏକ ଜଙ୍ଗଲରେ ପୋଲିସ ଏବଂ ନକ୍ସଲ ମୁହାଁମୁହିଁ ହୋଇଥିବା ସୂଚନା  |

ସୂଚନ ଅନୁସାରେ,  ଡିଆରଜି, ସିଆରପିଏଫ୍ ୨୨୯ ଓ କୋବ୍ରା ବାହିନୀ ମିଳିତ ଅପରେସନ୍ କରୁଥିବା ବେଳେ ନକ୍ସଲଙ୍କ ସହ ଗୁଳିବିନିମୟ ହୋଇଥିଲା । ଏହି ଅପରେସନରେ ଜିଲ୍ଲା ରିଜର୍ଭ ଗାର୍ଡ, ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ ଏବଂ କୋବ୍ରା (କମାଣ୍ଡୋ ବାଟାଲିଅନ୍ ଫର୍ ରିଜୋଲ୍ୟୁଟ୍ ଆକ୍ସନ୍) ର କର୍ମଚାରୀମାନେ ସମ୍ପୃକ୍ତ ଥିଲେ । ଗୁଳି ବର୍ଷଣ ବନ୍ଦ ହେବା ପରେ ଘଟଣାସ୍ଥଳରୁ ଜଣେ ମହିଳାଙ୍କ ସମେତ ୬ ଜଣ ନକ୍ସଲଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି ବୋଲି ସୂଚନା ମିଳିଛି । ଏନେଇ ବସ୍ତର ଆଇଜି ପି ସୁନ୍ଦରରାଜ କହିଛନ୍ତି, ” 6ଜଣ ନକ୍ସଲଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସେମାନଙ୍କ ମଧ୍ୟରୁ ଜଣେ ମହିଳା ନକ୍ସଲ ରହିଛି ।

ବିଜାପୁର ଜିଲ୍ଲା ଚୁକୁରବାଟି ପୁସବାକା ନିକଟ ଏକ ଜଙ୍ଗଲରେ ଏହି ଏନକାଉଣ୍ଟର ହୋଇଥିଲା ।” ସର୍ଚ୍ଚ ଅପରେସନ ସମୟରେ ନକ୍ସଲମାନଙ୍କ ଦୈନନ୍ଦିନ ବ୍ୟବହାର୍ଯ୍ୟ ସାମଗ୍ରୀ ସହିତ ଗୋଳାବାରୁଦ ଜବତ କରାଯାଇଥିବା ଜଣାପଡିଛି । ତେବେ ବର୍ତ୍ତମାନ ସୁଦ୍ଧା ସର୍ଚ୍ଚ ଅପରେସନ ଶେଷ ହୋଇନଥିବା କାରଣରୁ ଅଧିକ ବିବରଣୀକୁ ଅପେକ୍ଷା କରାଯାଇଥିବା ନେଇ ଆଇଜି ରହଛନ୍ତି ।ଅନ୍ୟପଟେ ବିଜାପୁର ଜିଲ୍ଲା ବସ୍ତର ଲୋକସଭା ନିର୍ବାଚନମଣ୍ଡଳୀରେ ରହିଛି । ଏହି ଅଞ୍ଚଳରେ ଆସନ୍ତା ଏପ୍ରିଲ ୧୯ ରେ ହେବାକୁ ଥିବା ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ମତଦାନ ହେବ ।

Leave A Reply

Your email address will not be published.