ରାଜ୍ୟରେ ପୁଣି ବଢିବ ତାତି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଜ୍ୟରେ ଆସନ୍ତା ଦୁଇଦିନ ମଧ୍ୟରେ ବଢିବ ରାତି ତାପମାତ୍ରା ୨ ଡିଗ୍ରୀ ପର୍ଯ୍ୟନ୍ତ ବଢିବା ସମ୍ଭାବନା । କିନ୍ତୁ ୩୦ ତାରିଖରେ ଗୋଟଏ ପଶ୍ଚିମା ଝଡ଼ ଆସିବାର ରହିଛି । ଯାହାର ପ୍ରଭାବରେ ୩୦ ଓ ୩୧ ତାରିଖରେ ରାଜ୍ୟର କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ।

ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ରୁ ସୂଚନା ମୁତାବକ, ପଶ୍ଚିମା‍ ଝଡ଼ ପ୍ରଭାବରେ ୩୦ ତାରିଖରେ ବିଭିନ୍ନ ସ୍ଥାନରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ହେଲେ ୩୧ ତାରିଖ ବେଳକୁ ମୟୂରଭଞ୍ଜ, ସୁନ୍ଦରଗଡ଼, ଭଦ୍ରକ ଓ ଯାଜପୁର ଆଦି ଜିଲ୍ଲାରେ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ସେଥିପାଇଁ ସତର୍କ ସୂଚନା ଜାରି କରାଯାଇଛି ।

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କେତେକ ସ୍ଥାନରେ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ହୋଇଛି। ମୟୂରଭଞ୍ଜ ଜିଲ୍ଲା ଚନ୍ଦୁଆରେ ସର୍ବାଧିକ ବର୍ଷା ହୋଇଛି। ମାଲକାନଗିରି ଓ ଝାରସୁଗୁଡ଼ାରେ ଦିନର ତାପମାତ୍ର ସର୍ବାଧିକ ରେକର୍ଡ କରାଯାଇଛି। ଏହାଛଡ଼ା ରାଉରକେଲାରେ କେତେକ ସ୍ଥାନରେ କୁଆପଥର ବର୍ଷା ହୋଇଥିଲା।

Leave A Reply

Your email address will not be published.