ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବିଭିନ୍ନ ସ୍ଥାନରେ ପାଳିତ ହେଲା ୭୫ତମ ଗଣତନ୍ତ୍ର ଦିବସ। ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ବହଳଦା, ବାସିଙ୍ଗି, କୁଲଗି, ଗମ୍ଭାରିଆ, ବିଞ୍ଝୁଆ, ଗିଦିଘାଟୀ, ଝରାଡିହି, ଯଶିପୁର, ବଡକେଡମ, ତାରଣା, ଅସନା, ଅଁଳାଯୋଡି ସମେତ ବିଭିନ୍ନ ସ୍ଥାନ ସ୍ଥିତ ସରକାରୀ ବେସରକାରୀ ଶିକ୍ଷାନୁଷ୍ଠାନ ସଂଘ ଓ ଦଳୀୟ କାର୍ଯ୍ୟାଳୟ ମାନଙ୍କରେ ଆନନ୍ଦ ଉଲ୍ଲାସର ସହିତ ୭୫ ତମ ସାଧାରଣ ତନ୍ତ୍ର ଦିବସ ପାଳିତ ହୋଇ ଯାଇଛି।
ଏହି ଅବସରରେ ବିଭିନ୍ନ ସ୍ଥାନରେ ଅତିଥୀ ମାନେ ଅଭିବାଦନ ଗ୍ରହଣ କରିବା ସହ ଜାତୀୟ ପତାକା ଉତ୍ତୋଳନ କରିଥିଲେ ଏବଂ ଗଣତନ୍ତ୍ର ଦିବସ ଉପଲକ୍ଷେ ନିଜ ନିଜ ବକ୍ତବ୍ୟ ରଖିଥିଲେ। ଏହି ପରିପ୍ରେକ୍ଷୀରେ ବହଳଦା ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ମନରଞ୍ଜନ ଗିରି, କିଚକେଶ୍ବରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଯୋଗେନ୍ଦ୍ର କୁମାର ଗିରି, ଧୀରଜଲାଲ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଶ୍ରୀଧର ଆଚାର୍ଯ୍ୟ, ଆନନ୍ଦମାର୍ଗ ସ୍କୁଲରେ ସଭାପତି ମଧୁସୂଦନ ଦାସ, ସରସ୍ବତୀ ବିଦ୍ୟାନିକେତନ ରେ ଅଧ୍ୟକ୍ଷ ରୁଦ୍ରନାରାୟଣ ମହାପାତ୍ର ଯୋଗ ଦେଇଥିଲେ |
ଶ୍ରୀଗଣେେଶ ଟ୍ୟୁଟରିଆଲସ ରେ ମନଜ ମଲ୍ଲିକ, କିଚକେଶ୍ବରୀ କ୍ଲାସେସ ରେ ମାନସ ଦାଶ, ବହଳଦା ତହସିଲ ରେ ତହସିଲଦାର ଭକ୍ତବନ୍ଧୁ ପ୍ରଧାନ, ବହଳଦା ଥାନା ରେ ଏସଆଇ ସଦାଶିବ ନାୟକ, ଆରଆଇ ଅଫିସ ରେ ଦିବ୍ୟଲୋଚନ ମହାନ୍ତ, ଗିଦିଘାଟୀ ରାଜସ୍ବ ନିରୀକ୍ଷକ’ଙ୍କ କାର୍ଯ୍ୟାଳୟରେ ଆରଆଇ , ବହଳଦା ବ୍ଲକ ରେ ବ୍ଲକ ଉପାଧ୍ୟକ୍ଷ ହିରନ ବସା, କିଡସ୍ ପ୍ୟାଲେସ ରେ ଅଧ୍ୟକ୍ଷ ବିରେନ୍ଦ୍ର ପାଲ ଏବଂ ବହଳଦା ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର ରେ ଡାକ୍ତର ରୀତା ଟୁଡୁ ପ୍ରମୁଖ ଜାତୀୟ ପତାକା ଉତ୍ତୋଳନ କରିଥିଲେ।