ଝରାଡିହି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ ଓ ସାହିତ୍ୟ ପ୍ରତିଯୋଗିତା ଉଦଯାପିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଝରାଡିହି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ ଓ ସାହିତ୍ୟ ପ୍ରତିଯୋଗିତା ଉଦଯାପିତ | ଝରାଡ଼ିହି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ “ନୂଆ ଓ” ସାହିତ୍ୟ ପ୍ରତିଯୋଗିତାର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି | ବିଦ୍ୟାଳୟର ଅଧ୍ୟକ୍ଷ ସ୍ମୃତି ରଂଜନ ପାଣିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ମହା ବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ଡ଼ ମିଲନ ମହାନ୍ତ ଯୋଗ ଦେଇଥିଲେ | ଓଡ଼ିଆ ଭାଷାକୁ ବଞ୍ଚାଇବା ସହିତ ଭଲ ମଣିଷ ଓ ବଡ଼ ମଣିଷ ଭିତରେ ଥିବା ପାର୍ଥକ୍ୟକୁ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଆଲୋଚନା କରିଥିଲେ | ମୁଖ୍ୟବକ୍ତା ଭାବେ ଗୋରୁମାହିସାଣି ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ଡ଼ ଦିଗମ୍ବର ଗିରି ଯୋଗ ଦେଇ ଭାଷା ସହିତ ମଣିଷ ଅଙ୍ଗାଙ୍ଗୀ ଭାବେ ଜଡିତ ବୋଲି ପ୍ରକାଶ କରିଥିଲେ |

ସ୍ୱତନ୍ତ୍ର ଅତିଥି ଭାବେ ରାଇରଙ୍ଗପୁର ବାଳିକା ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ଡ଼ ରାଜେନ୍ଦ୍ର ମଣ୍ଡଳ ଯୋଗ ଦେଇଥିଲେ | ସମ୍ମାନୀୟ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ ଚିତ୍ତ ରଞ୍ଜନ ମଣ୍ଡଳ, ପୂର୍ବତନ ଶିକ୍ଷକ ଭିକାରି ଚରଣ ବେହେରା,ଟ୍ରଷ୍ଟି ସଦସ୍ୟା ରେଖା ରାଣୀ ସିଂ,ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସିଂଘୁ ଟୁଡୁ,କାର୍ଯ୍ୟକାରୀ ସଭାପତି ଉପେନ୍ଦ୍ର ନାଥ ମହାନ୍ତ,ବୃହସ୍ପତି ବେହେରା, ସାମ୍ବାଦିକ ଦିନେଶ ମହାନ୍ତ, ବସନ୍ତ କୁମାର ସାଣ୍ଡିଲ ଯୋଗ ଦେଇ ଉତ୍ତମ ମଣିଷ ହେବା ପାଇଁ ପରାମର୍ଶ ଦେଇଥିଲେIପ୍ରାରମ୍ଭରେ ଆରାଧ୍ୟ ଦେବତା ଜଗନ୍ନାଥଙ୍କ ଫଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ଜଳନ ସହିତ ଉଚ୍ଚ ମାଧ୍ୟମିକ ଛାତ୍ରୀମାନଙ୍କ ଦ୍ବାରା ସ୍ବାଗତ ସଙ୍ଗୀତ ଗାନ କରାଯାଇଥିଲା ପିଜିଟି ଶିକ୍ଷୟତ୍ରୀ ରୁକୁମଣୀ ହେମ୍ବ୍ରମ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲା ବେଳେ ନୋଡାଲ ଅଫିସର ପ୍ରଶାନ୍ତ କୁମାର ମହାନ୍ତ ବିବରଣୀ ପାଠ କରିଥିଲେI ବରିଷ୍ଠ ଶିକ୍ଷୟତ୍ରୀ ଦେଓଲା ମାଝୀ ଧନ୍ୟବାଦ ପ୍ରଦାନ କରିଥିଲେ |

ଓଡିଆ ସାହିତ୍ୟ ପ୍ରତିଯୋଗିତାରେ ପୁରସ୍କୃତ ହୋଇଥିବା ପପି ବେହେରା, ଅଭିଳାଷ ରାମ, ସୁମିତ୍ରା ଟୁଡୁ, ସିପୁନ ମହାନ୍ତ, ଲୋକନୃତ୍ୟରେ ସୋନାମଣି ସୋରେନ, ରାନୀ ହେମ୍ବ୍ରମ, ବିଷ୍ଣୁ ପ୍ରିୟା ନାଏକ ପ୍ରମୁଖଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା | ଏହି କାର୍ଯ୍ୟକ୍ରମକୁ ଶିକ୍ଷୟତ୍ରୀ ଦେବକୀ ଗୋପାଲ,ଦିଗୀ ମାର୍ଣ୍ଡି, ଲଷ୍ମୀ ହାଁସଦା,ଶିକ୍ଷକ ଧର୍ମେସନ ମାଝୀ ଓ ଶିବାନୀ ଶଙ୍କର ଦାଶ ପରିଚାଳନା କରିଥିଲେ | ବରିଷ୍ଠ ଶିକ୍ଷକ ରଘୁନାଥ ମାଝୀ, ଧରିତ୍ରୀ ବେହେରା, ମିତା ହାଁସଦା, ଗୀତାଞ୍ଜଳି ମହାନ୍ତ ପ୍ରମୁଖ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ | ଶେଷରେ ସମସ୍ତ ମଞ୍ଚାସୀନ ଅତିଥି ମାନଙ୍କୁ ଅଧ୍ୟକ୍ଷ ଶ୍ରୀ ପାଣି ଉତ୍ତରୀୟ ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ |

Leave A Reply

Your email address will not be published.